ମାସକୁ ମୋ ଆକାଉଣ୍ଟକୁ ଏତିକି ଟଙ୍କା ପଠାନ୍ତି ଗୋପାଳ, ମୁହଁ ଖୋଲିଲେ ପତ୍ନୀ

ବ୍ରହ୍ମପୁର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସେ କହିଛନ୍ତି, ଘରକୁ କ୍ରାଇମବ୍ରାଞ୍ଚର ଟିମ୍ ଆସି ବ୍ୟାଙ୍କ ଖାତା ଯାଞ୍ଚ କରିଥିଲେ । ବ୍ୟାଙ୍କକୁ ଯାଇ ଟଙ୍କା କାରବାରର ତଥ୍ୟ ହାସଲ କରିଛନ୍ତି । ତେବେ ବ୍ୟାଙ୍କ ଖାତାରୁ ସେଭଳି କୌଣସି ସନ୍ଦେହଜନକ କାରବାରର ତଥ୍ୟ ପାଇନଥିବା କହିଛନ୍ତି ଗୋପାଳଙ୍କ ପତ୍ନୀ । ଏହାଛଡା ପ୍ରତି ମାସରେ ତାଙ୍କ ପାଖକୁ ଗୋପାଳ ୨୦ରୁ ୨୫ ହଜାର ଟଙ୍କା ପଠାଉଥିବା ସେ କହିଛନ୍ତି ।ଗୋପାଳଙ୍କ ପତ୍ନୀ କହିଛନ୍ତି, ମୋ ସ୍ୱାମୀଙ୍କ ସହ କଥା ହେବାକୁ ଚାହୁଁଛି ।

କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ତେଣୁ ଯାହା ସତ ତାହା ସାମ୍ନାକୁ ଆସୁ । ମୁଁ ତଦନ୍ତରେ ସବୁ ପ୍ରକାର ସହଯୋଗ କରୁଛି । ତେବେ ଗୋପାଳ ଏଭଳି ହତ୍ୟା କରିପାରିବେ ତାହା ମୁଁ ଭାବି ପାରୁନାହିଁ ବୋଲି କହିଛନ୍ତି ତାଙ୍କ ପତ୍ନୀ । ଯେଉଁ ସେକେଣ୍ଡ ହ୍ୟାଣ୍ଡ କାର କିଣିଛନ୍ତି ସେଥିପାଇଁ ୫୦ ହଜାର ଟଙ୍କା ଦେଇଥିଲେ । ଆଉ ୫୦ ହଜାର ଟଙ୍କା ଦେଇଥାନ୍ତେ । ମୋ ସ୍ୱାମୀଙ୍କୁ ମୋହରା କରାଯାଇଛି କି ନାହିଁ ତାହା ଜାଣିନି ତେଣୁ ଏ ବାବଦରେ କହିପାରିବିନି ବୋଲି କହିଛନ୍ତି ଗୋପାଳଙ୍କ ପତ୍ନୀ ।

ସମ୍ବନ୍ଧିତ ଖବର