କଂଟିଗଡିଆ: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଦମପାଳ ଗ୍ରାମର ଜଣେ ମହିଳା ନିଜ ସ୍ବାମୀଙ୍କୁ ଭିଡିଓ କଲ୍ କରି ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ କେଦାର ପ୍ରଧାନଙ୍କ ପତ୍ନୀ ପୂର୍ଣ୍ଣିମା। କଦମପାଳ ଗ୍ରାମର ପ୍ରଭାକର ପ୍ରଧାନଙ୍କ ପୁଅ କେଦାର ବଡ଼ଚଣା ବ୍ଲକ ସାଉଡିଆ ପଞ୍ଚାୟତ ବଣିଆରି ଗ୍ରାମର ଫକୀର ମହାନ୍ତିଙ୍କ ଝିଅ ପୂର୍ଣ୍ଣିମାଙ୍କୁ ପ୍ରାୟ ତିନିବର୍ଷ ପୂର୍ବେ ବିବାହ କରିଥିଲେ। ସ୍ୱାମୀ କେଦାର ସାଉଦି ଆରବରେ କାର୍ଯ୍ୟ କରୁଥିବା ବେଳେ ଶ୍ବଶୁର ପ୍ରଭାକର ଗୁଜରାଟରେ ଚାକିରି କରି ନିଜ ପତ୍ନୀଙ୍କ ସହିତ ରହୁଥିଲେ । ଗ୍ରାମରେ ପୂର୍ଣ୍ଣିମା ନିଜର ଦେଢ଼ବର୍ଷର ପୁଅ ସହିତ ରହୁଥିଲେ । ତେବେ ଗତକାଲି ସଂଧ୍ୟାରେ ନିଜ ସ୍ବାମୀଙ୍କୁ ଲାଇଭ ଭିଡିଓ କରି ଆତ୍ମହତ୍ୟା କରୁଥିବା କହିବା ସହ ପୁଅକୁ ଘର ବାହାରେ ଛାଡି ଭିତରୁ ପଟୁ କବାଟ ବନ୍ଦ କରିଦେଇଥିଲେ। ଏ ସଂପର୍କରେ ସ୍ବାମୀ କେଦାର ତୁରନ୍ତ ପାଖ ପଡୋଶୀଙ୍କୁ ଖବର ଦେଇଥିଲେ। ତେବେ ପଡ଼ୋଶୀ ପହଞ୍ଚିବା ବେଳକୁ ପୂର୍ଣ୍ଣିମା ପଙ୍ଖାରେ ଝୁଲି ଆତ୍ମହତ୍ୟା କରିସାରିଥିଲେ। ଅପରପକ୍ଷରେ ଝିଅର ଦାଦା ପଦନ ମହାନ୍ତି ପୂର୍ଣ୍ଣିମାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସ୍ବାମୀଙ୍କୁ ଭିଡିଓ କଲ୍ କରି ଆତ୍ମହତ୍ୟା କଲେ ସ୍ତ୍ରୀ
/sambad/media/post_attachments/wp-content/uploads/2019/10/suicide.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)