ସ୍ୱାମୀ ପାଇଁ ବନ୍ଧକ ହେଲେ ଅସୁସ୍ଥ ଶାଶୁ ଶ୍ୱଶୁର!

ନୟାଗଡ଼ : ସ୍ୱାମୀ ପାଇଁ ବନ୍ଧକ ହେଲେ ଶାଶୁ ଶ୍ୱଶୁର । ଏପରି ଅଭାବନୀୟ ଘଟଣା ସାମନାକୁ ଆସିଛି ନୟାଗଡ ଜିଲ୍ଲା ରଣପୁର ଥାନା ଡିହଗାଁରେ । ମାମଲା ହାଇକୋର୍ଟରେ ପହଂଚିବାପରେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୁଲିସ ଶାଶୁ ଶ୍ୱଶୁରଙ୍କୁ ଉଦ୍ଧାର କରିଛି । ଏବେ ରଣପୁର ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି ।

ଏଭଳି ଏକ ଘଟଣା ଘଟିଛି ରଣପୁର ଥାନା ଡିହଗାଁରେ। ସ୍ୱାମୀଙ୍କୁ ଫେରାଇ ଆଣିବା ଦାବିରେ ବୋହୂ ନିଜର ଶାଶୁ ଓ ଶ୍ୱଶୁରଙ୍କୁ ଗୋଟିଏ ଘରେ ବନ୍ଧକ ରଖିଥିଲେ। ବୋହୁ କୁନି ରାଉତରାୟଙ୍କ ଅଭିଯୋଗ ଅନୁସାରେ ଗତ ୨ବର୍ଷ ତଳେ ସ୍ୱାମୀଙ୍କ ପରିବାର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ କରି ବାପଘରକୁ ଚାଲିଯାଇଥିଲେ କୁନି ରାଉତରାୟ । ତେବେ ଗାଁରେ ପଂଚାୟତ ବସି କୁନିଙ୍କୁ ଶାଶୁଘରେ ଥଇଥାନ କରାଯାଇଥିଲା । ହେଲେ ଚିକିତ୍ସା ପାଇଁ ବୃଦ୍ଧ ଦମ୍ପତିଙ୍କୁ ବାହାରକୁ ଛାଡିନଥିଲେ କୁନି । କୁନିଙ୍କ ଯୁକ୍ତି ସ୍ୱାମୀ ଘରକୁ ଆସନ୍ତୁ ତାପରେ ଯାଇ ଯାହା ହେବ । ସେପଟେ ରଘୁନାଥଙ୍କ ଝିଅ ବୃଦ୍ଧ ଦମ୍ପତିଙ୍କୁ ଗୃହବନ୍ଦୀ କରିଥିବା ଅଭିଯୋଗ ନେଇ ପୁଲିସ ପାଖରେ ପହଂଚିଥିଲେ ।

ରଣପୁର ଥାନା ଅଧିକାରୀ ଆଜି ଏହି ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରି ରଣପୁର ହସ୍ପିଟାଲରେ ଭର୍ତି କରିଛନ୍ତି । ସେପଟେ ସ୍ୱାମୀଙ୍କ ଏ ପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିନାହିଁ ।

ସମ୍ବନ୍ଧିତ ଖବର