ଭୁବନେଶ୍ବର:ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତି। ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କୁ ଭେଟିବା ଲାଗି ଆଜି ତାଙ୍କ ଧର୍ମପତ୍ନୀ ତୃପ୍ତି ଶତପଥୀ ସମ୍ ହସ୍ପିଟାଲରେ ପହଞ୍ଚିଛନ୍ତି। ତୃପ୍ତି ବାବୁସାନ୍ ମହାନ୍ତିଙ୍କ ପାରିବାରିକ ବନ୍ଧୁ ତଥା ଜଣାଶୁଣା ଅଭିନେତା ରବି ମିଶ୍ରଙ୍କ ସହ ପହଞ୍ଚିଥିବା ଜଣାଯାଇଛି। ଏବେ ବାବୁସାନ୍ ସୁସ୍ଥ ଥିବା ଜଣାଯାଇଛି। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବାବୁସାନ୍ ଡାକ୍ତରଖାନାର ଚିକିତ୍ସକ ଓ ଅନ୍ୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ଆଗରୁ ସୂଚନା ମିଳିଥିଲା। ତାଙ୍କ ଧର୍ମପତ୍ନୀ ତୃପ୍ତି ବାବୁସାନଙ୍କୁ ହସ୍ପିଟାଲରୁ ଘରକୁ ନେବେ ବୋଲି କୁହାଯାଇଛି। ଏହି ଘଟଣା ପରେ ବାବୁସାନ୍ ଓ ତୃପ୍ତି ଏକାଠି ହେବେ ବୋଲି ଚର୍ଚ୍ଚା ହେଉଛି। ଏଣେ ବାବୁସାନଙ୍କ ସମସ୍ତ ଚିକିତ୍ସା ବ୍ୟବସ୍ଥା ତାଙ୍କ ପତ୍ନୀ ତୃପ୍ତି ଶତପଥୀ ହିଁ କରିଛନ୍ତି ଏବଂ ଉଭୟଙ୍କ ସଂପର୍କ ଖୁବ୍ ଭଲ ଅଛି ବୋଲି ଅଭିନେତା ରବି ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ବାବୁସାନ୍ ମହାନ୍ତି ଅସୁସ୍ଥ ହୋଇ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯାଇଥିଲା। ତାଙ୍କର ଚିକିତ୍ସା କରାଯାଉଥିଲା। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦମନ’ର ପ୍ରମୋସନ୍ ପାଇଁ ସେ ଏକ ବାଇକ୍ ଯାତ୍ରାରେ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ଅଧିକ ଚିକିତ୍ସା ଲାଗି ତାଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ସ୍ୱତନ୍ତ୍ର ୬ ଜଣିଆ ଡାକ୍ତରୀ ଟିମ୍ ଅଧୀନରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ପ୍ରାୟ ସପ୍ତାହେ ହେବ ତାଙ୍କ ଚିକିତ୍ସା ଚାଲିଥିଲା।