ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ

ଦାନ୍ତ ପାଇଁ ମାରି ଦେଉଛନ୍ତି ହାତୀ, ଜୀବନ୍ତ ବଜ୍ରକାପ୍ତା ଚୋ‌ରାଚାଲଣ ବଢ଼ୁଛି

ଭୁବନେଶ୍ବର : ମେଲୁଛି ଶିକାରୀଙ୍କ ପଞ୍ଝା। ଉପକୂଳରୁ ଉପାନ୍ତ ଜଙ୍ଗଲ, କେଉଁଠି ବି ସୁରକ୍ଷିତ ନୁହନ୍ତି ବନ୍ୟଜନ୍ତୁ। କେଉଁଠି ଦାନ୍ତ ହାତେଇବାକୁ ହାତୀ ମାରି ଦେଉଛନ୍ତି ତ ଆଉ କେଉଁଠି ବାଘ ଚମଡ଼ା ଉପରେ ପଡ଼ିଛି ଶିକାରୀଙ୍କ ଲୋଲୁପ ଦୃଷ୍ଟି। କେବଳ ଯେ ହାତୀ, ବାଘ ନୁହଁନ୍ତି, ବଜ୍ରକାପ୍ତା ଚୋରା ଚାଲଣ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

Mycitylinks

ଯଦି ଦେଖିବା ୨୦୨୦ରେ କରୋନା ସଂକ୍ରମଣ ମଧ୍ୟରେ ଓଡ଼ିଶାରୁ ୭ଟି କଲରାପତରିଆ ଚମଡ଼ା, ୨ଟି ହରିଣ ଚମଡ଼ା ଓ ଦୁଇଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା। ଅନୁରୂପ ଭାବେ ୨୦୨୧ରେ ୨୨ଟି କଲରାପତରିଆ ଚମଡ଼ା, ୧୨ଟି ହାତୀ ଦାନ୍ତ, ୮ଟି ବଜ୍ରକାପ୍ତା ଓ ୭ଟି ହରିଣ ଚମଡ଼ା ଜବତ ସହ ଶତାଧିକ ଶିକାରୀ ଗିରଫ ହୋଇଥିଲେ। ୨୦୨୨ରେ ସବୁଠାରୁ ଅଧିକ ଘଟଣା ସାମ୍ନାକୁ ଆସିଥିଲା। ଗୋଟିଏ ରୟାଲ ବେଙ୍ଗଲ ଟାଇଗର ଚମଡ଼ା ଜବତ ହୋଇଥିବା ବେଳେ ୧୪ଟି କଲରାପତରିଆ, ୧୪ଟି ହାତୀ ଦାନ୍ତ, ୨ଟି କଲରାପତରିଆ ଦାନ୍ତ, ୨୯ଟି କଲରାପତରିଆ ପଞ୍ଝା, ୪୬ଟି ଶୁଆ, ୯ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା।

Telegraph India

ବନ ବିଭାଗ ତଥ୍ୟ କହୁଛି, ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ରାଜ୍ୟରେ ୮୦୨ଟି ହାତୀ, ବାଘ ଓ ଅନ୍ୟାନ୍ୟ ବିରଳ ବନ୍ୟଜନ୍ତୁ ଶିକାର କରାଯାଇଛି। ୨୦୧୬-୧୭ରେ ୧୧୭ଟି ବନ୍ୟଜନ୍ତୁ ଶିକାର ହୋଇଥିବା ବେଳେ ୨୦୧୭-୧୮ରେ ୧୫୭, ୨୦୧୮-୧୯ରେ ୧୫୮, ୨୦୧୯-୨୦ରେ ୧୩୦, ୨୦୨୦-୨୧ରେ ସର୍ବାଧିକ ୨୪୦ଟି ବନ୍ୟଜନ୍ତୁ ଶିକାରୀଙ୍କ ପଞ୍ଝାରେ ପଡ଼ିଛନ୍ତି। ସର୍ବାଧିକ ୩୩୪ଟି ବାର୍‌ହା ଶିକାର ହୋଇଛନ୍ତି। ଏହାବ୍ୟତୀତ ୧୧ଟି ହାତୀ, ୧୦ଟି କଲରାପତରିଆ, ୪ଟି ହେଟାବାଘ, ଗୋଟିଏ ମହାବଳ, ୧୨ଟି ଭାଲୁ, ୫ଟି କୃଷ୍ଣସାର ମୃଗ, ୮ଟି ଜଙ୍ଗଲୀ ବିଲେଇ, ୧୧୪ଟି କୁଟୁରା, ୭ଟି ଗୟଳ, ୨୦ଟି ଗୁରାଣ୍ଡି, ୫ଟି ବଜ୍ରକାପ୍ତା, ୨୩ଟି ଝିଙ୍କ, ୧୫ଟି ଠେକୁଆ, ୬୬ଟି ସମ୍ବର, ୯୭ଟି ମୃଗ, ୧୦ଟି ବେଲରା ମୂଷା, ୨୬ଟି ସାର୍କ, ୪ଟି ମାଙ୍କଡ଼, ୬ଟି ଶାଳିଆ ପାତିନି, ୩ଟି ବଣ କୁକୁଡ଼ା, ୬ଟି ଅହିରାଜ, ୨ଟି ଲେଖାଏ ମାଛରଙ୍କା ବିଲେଇ, ବିଲୁଆ, ପର୍ପୋଜ(ଡଲଫିନ୍‌ ଜାତୀୟ), ଅଜଗର, ଗୋଟିଏ ଲେଖାଏଁ ଗାଡ଼ ଭାଲୁ, କୁମ୍ଭୀର, ଚୌଶିଙ୍ଗା, ଉଡ଼ନ୍ତା ଗୁଣ୍ଡୁଚି, ମୟୂର, ଗୋଧି, କଇଁଛଙ୍କର ଶିକାର ହୋଇଛି। ଏହି ସମୟ ମଧ୍ୟରେ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ୩ ହଜାର ୨୪୮ ଜଣ ଶିକାରୀ ଗିରଫ ହୋଇଛନ୍ତି। ୨୦୧୬-୧୭ରେ ୫୩୭ଜଣ ଶିକାରୀ ଗିରଫ ହୋଇଥିଲେ। ୨୦୧୭-୧୮ରେ ୪୭୪, ୨୦୧୮-୧୯ରେ ୧୨୭୪, ୨୦୧୯-୨୦ରେ ୩୫୪ ଓ ୨୦୨୦-୨୧ରେ ୬୦୯ ଜଣ ଶିକାରୀ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର