କଣ୍ଟିଲୋ : ଖଣ୍ତପଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ବାଣପୁର, ଗୋପୀନାଥପୁର, ଚୈତନ୍ୟପୁର, ଭ୍ରମରବରପ୍ରସାଦ, କୁମୁଣ୍ତି ଗ୍ରାମ ସରହଦରେ ଥିବା ହଜାର ହଜାର ହେକ୍ଟର ଚାଷଜମି ବାର୍ହା ଓ ମାଙ୍କଡ଼ ଉପଦ୍ରବରେ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମ ସବୁର ସରହଦରେ ଥିବା ଚାଷ ଜମିଗୁଡ଼ିକରେ କିଛି ବର୍ଷ ହେଲା ବହୁ ସଂଖ୍ୟାରେ ମାଙ୍କଡ଼ ଓ ବାର୍ହା ଉପଦ୍ରବ ସୃଷ୍ଟି କରୁଥିବାରୁ ଧାନ ଫସଲ ସମେତ ବିଭିନ୍ନ ପନିପରିବା ଫସଲ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି।
/sambad/media/post_attachments/wp-content/uploads/2019/10/monkey-300x179.jpg)
ଚାଷୀମାନେ ରାତିଦିନ ଜଗି ରହୁଥିଲେ ମଧ୍ୟ ଦିନ ସମୟରେ ହଜାର ହଜାର ମାଙ୍କଡ଼ ପଲ ଏବଂ ରାତିରେ ବାର୍ହାଙ୍କ ଯୋଗୁ ଚାଷୀମାନେ ଚିନ୍ତାରେ ଥିବା କହିଛନ୍ତି। ଏଥି ଯୋଗୁ ଚାଷୀମାନେ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଉପରୋକ୍ତ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମି ପଡ଼ିଆ ପଡ଼ିଥିବା ଦେଖାଯାଉଛି। ଏ ସମ୍ପର୍କରେ ବନ ବିଭାଗ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଦାବି କରିବା ସହ କ୍ଷୟକ୍ଷତି ହୋଇଥିବା ଫସଲ ପାଇଁ କ୍ଷତିପୂରଣ ଦେବାକୁ ଅଞ୍ଚଳ ଚାଷୀମାନେ ଦାବି କରିଛନ୍ତି।