ସୋର: ଔପଦା ରେଞ୍ଜ ଖୁଣ୍ଟା ପାଟଣା ସେକ୍ସନ ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅନ୍ତର୍ଗତ ବାଘଆମ୍ପୁଡ଼ା ବିଟ୍ ନିକଟସ୍ଥ ଜଙ୍ଗଲରେ ଶିକାରୀ ଫାଶରେ ପଡ଼ି ଗୋଟିଏ ବାରହାର ମୃତ୍ୟୁ ହୋଇ ଯାଇଛି। ଗତ କିଛିଦିନ ଧରି କୁଲଡ଼ିହା ଅଭୟାରଣ୍ୟ ଅନ୍ତର୍ଗତ ଦେବଗିରି ଜଙ୍ଗଲରେ ନିଆଁ ଲଗାଇ ଦିଆଯିବା ଫଳରେ ବନ୍ୟପ୍ରାଣୀ ପ୍ରାଣବିକଳରେ ଜନବସତି ଆଡ଼କୁ ଚାଲି ଆସୁଛନ୍ତି।
ଏହାର ସୁଯୋଗରେ ଶିକାରୀ ଫାଶ, ଧନୁତୀର କିମ୍ବା ବନ୍ଧୁକରେ ଏମାନଙ୍କୁ ସହଜରେ ଶିକାର କରୁଛନ୍ତି। କିଛିଦିନ ତଳେ ଗୋଟିଏ ବାରହା ଜନବସତି ଆଡ଼କୁ ଚାଲି ଆସୁଥିବା ବେଳେ ଶିକାରୀ ବିଛାଇଥିବା ଫାଶରେ ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ ମୃତ ବାରହାକୁ ଦେଖି ବନ ବିଭାଗକୁ ଖବର ଦେଇଛନ୍ତି। ଏ ବାବଦରେ ବନ ବିଭାଗ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଆଜି ବାଘଆମ୍ପୁଡ଼ା ନିକଟସ୍ଥ କୁଲଡିହା ଦେବଗିରି ଜଙ୍ଗଲରେ ପୁଣି ନିଆଁ ଲାଗିଥିବା ଦେଖାଯାଇଛି। ଏହାକୁ ଲଭାଇବା ପାଇଁ ବନ ବିଭାଗ କର୍ମଚାରୀମାନେ ଖବର ଲେଖାହେବା ପର୍ଯ୍ୟନ୍ତ ପହଞ୍ଚି ନଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/19-9.jpg)