କେନାଲ ପାଣିରେ ଭାସି ଆସିଥୁଲା ବାର୍‌ହା ଛୁଆ, ଉଦ୍ଧାର କଲା ବନ ବିଭାଗ

ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାସିଲ ଗ୍ରାମରୁ ଏକ ବାର୍‌ହା ଛୁଆ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବାର୍‌ହା ଛୁଆ ଦେଢ଼ ମାସର ହେବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ ଡଙ୍ଗାସିଲ ଗ୍ରାମର ଡମ୍ବରୁଧର ନାୟକ ଗତକାଲି ଗ୍ରାମ ଉପକଣ୍ଠରେ ଥୁବା ନିଜ ଜମିରେ ଚାଷ କାର୍ଯ୍ୟ କରୁଥିଲେ। ଡମ୍ବରୁଙ୍କ ଚାଷ ଜମି ଗ୍ରାମ ଉପକଣ୍ଠ ତଥା ଜଙ୍ଗଲକୁ ଲାଗି ରହିଛି। ଏହି ସମୟରେ କେନାଲ ପାଣିରେ ଏକ ବାର୍‌ହା ଛୁଆ ଦୁର୍ଯ୍ୟୋଧନ ଚାଷ କରୁଥୁବା ଜମି ମଧ୍ୟକୁ ଭାସି ଆସିଥିଲା। ଏହା ଦେଖି ଦୁର୍ଯ୍ୟୋଧନ ପାଣିରୁ ବାର୍‌ହା ଛୁଆକୁ ଉଦ୍ଧାର କରିଥିଲେ। କେନାଲ ପାଣିରେ ବାରହା ଛୁଆ ସମ୍ପୂର୍ଣ୍ଣ  ଓଦା ହୋଇ ମୁର୍ମୁଷୁ ଅବସ୍ଥାରେ ରହିଥୁଲା।

ତେବେ ଦୁର୍ଯ୍ୟୋଧନ ବାର୍‌ହା ଛୁଆକୁ ଉଦ୍ଧାର କରି ଶୁଖିଲଶ କପଡା ସାହାଯ୍ୟରେ ପୋଛି ଘରକୁ ନେଇଥିଲେ। ଗୋଟିଏ ଦିନ ଖାଇବା ପିଇବା ଦେବାପରେ ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ବନ ବିଭାଗକୁ ଖବର ଦେଇଥିଲେ। ତେନ୍ତୁଳିଖୁଣ୍ଟି ବନପାଳ ରିତେଶ ସୁନା, ବନ୍ୟଜନ୍ତୁ ସୁରକ୍ଷା କର୍ମୀ ଦୁର୍ଯ୍ୟୋଧନ ପୂଜାରୀ ଡଙ୍ଗାସିଲ ଗ୍ରାମରେ ପହଂଚି ବାରହା ଛୁଆ ଉଦ୍ଧାର କରିଥିବା ଜଣାପଡିଛି। ଉଦ୍ଧାର ହୋଇଥିବା ବାରହା ଛୁଆ ଜଙ୍ଗଲ ମଧ୍ୟ ଦେଇ ଆସିଥୁବା କେନାଲରେ ପଡ଼ି ଭାସି ଆସିଥୁବା କୁହାଯାଉଛି। ବର୍ତ୍ତମାନ ବନ କର୍ମଚାରୀ ବାରହା ଛୁଆକୁ ସୁରକ୍ଷିତ ଭାବରେ ନବରଙ୍ଗପୁର ରେଞ୍ଜ କାର୍ଯ୍ୟାଳୟକୁ ନେଇଁଥୁବା ଜଣାପଡିଛି। ତେବେ ନବରଙ୍ଗପୁର ରେଞ୍ଜ ଅଫିସରେ ବାରହା ଛୁଆର ସ୍ୱାସ୍ଥ୍ୟ ପରୀକ୍ଷା କାରାଯିବ ବୋଲି ବନପାଳ ଶ୍ରୀ ସୁନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର