ବୁର୍ଲାରେ ବାର୍‌ହା ଆତଙ୍କ

ସମ୍ବଲପୁର : ବୁର୍ଲା ପିଡବ୍ଲ୍ୟୁଡି କଲୋନିରେ ବୁଧବାର ସନ୍ଧ୍ୟାରେ ଜଙ୍ଗଲୀ ବାର୍‌ହା ଆତଙ୍କ ଦେଖିବାକୁ ମିଳିଛି। ନିକଟସ୍ଥ ଚାନ୍ଦଲି ଡୁଙ୍ଗୁରିରୁ ଏହି ବାର୍‌ହା ସହର ମଧ୍ୟକୁ ପଶି ଆସିଥିବା ଆଶଙ୍କା କରାଯାଉଛି। ତେବେ ପିଡବ୍ଲ୍ୟୁଡି କଲୋନିରେ ପଶିବା ପରଠାରୁ ବାର୍‌ହା ଲୋକଙ୍କୁ ଅତର୍କିତ ଭାବେ ଗୋଡ଼ାଇବାରେ ଲାଗିଥିଲା। ତେବେ ବାର୍‌ହା ଆକ୍ରମଣରେ କେହି ଆହତ ହୋଇନଥିବା ସମୟରେ ଭୟରେ ଲୋକେ ଘର ଭିତରେ ପଶି ଯାଇଥିଲେ। ତେବେ ସୂଚନା ପାଇ ବନବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବାର୍‌ହାକୁ କାବୁ କରିବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧିତ ଖବର