କୁଲଡିହାରୁ ଆସିଥିବା ହାତୀପଲ ଫେରୁନାହାନ୍ତି, କେନାଲ ଅତିକ୍ରମ କରି ଜଙ୍ଗଲରେ ବୁଲୁଛନ୍ତି

ବାରିପଦା : କୁଲଡିହା ଅଭୟାରଣ୍ୟରୁ ଆସିଥିବା ୫ଜଣିଆ ଏକ ହାତୀପଲ ଆଉ ଫେରିବାର ନା ନେଉନାହାନ୍ତି। ଗତ ରବିବାର ଦିନ ରାସଗୋବିନ୍ଦପୁର ରେଞ୍ଜ୍ ରଜାବସା ପଂଚାୟତର କୁକୁଡ଼ାଯୋଡି ଅଞ୍ଚଳରେ ଏହି ହାତୀପଲରେ ଥିବା ଏକ ଦନ୍ତାହାତୀ ସ୍ଥାନୀୟ ଗ୍ରାମର ଚତୁର୍ଭୁଜ ନାୟକ ନାମକ ଜଣେ ବୃଦ୍ଧଙ୍କୁ ଦଳିମାରିଦେଇଥିଲେ। ଆଜି ଉକ୍ତ ହାତୀ ପଲ ବାରିପଦା ରେଞ୍ଜ ଅନ୍ତର୍ଗତ ଓରାଚନ୍ଦାବିଲା ବିଟ୍ ଭଦୁଆଶୋଳ ଅଞ୍ଚଳରେ ଅଛନ୍ତି।

ବନକର୍ମଚାରୀମାନେ ଉକ୍ତ ହାତୀ ପଲକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ହାତୀପଲକୁ ନେଇ ନିକଟବର୍ତ୍ତୀ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଯେତେ ଚେଷ୍ଟା କଲେ ମଧ୍ୟ ଉକ୍ତ ହାତୀ ପଲ କୁଲଡିହାକୁ ଆଉ ଫେରୁନାହାନ୍ତି। ଯାହାକି ବନବିଭାଗ ପାଇଁ ଚିନ୍ତାର କାରଣ ସାଜିଛି।

ସମ୍ବନ୍ଧିତ ଖବର