ଲୋକଙ୍କ ଭିଡ଼ ଦେଖି ଗାଁ ଭିତରୁ ଫେରିଗଲା ଦନ୍ତା

ବେତନଟୀ/ବୈଶିଙ୍ଗା: ଗାଁ’ରେ ବୁଲିଲା ଝାଡ଼ଖଣ୍ଡୀ ଦନ୍ତା। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ପାଟୁଳିପରା ପଞ୍ଚାୟତ ନାଖରା ଗାଁ ଓ ଆଖପାଖର ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଘଟଣା। ଦଳରୁ ଅଲଗା ହୋଇ ଦନ୍ତାଟି ଏଣେତେଣେ ବୁଲୁଛି। ତେବେ ହାତୀ ଜନବସତିରେ କୌଣସି କ୍ଷୟକ୍ଷତି କରୁ ନ ଥିବା ଜଣାପଡ଼ିଛି।

ଆଜି ସକାଳେ ବେତନଟୀ ରେଂଜ ଅଧୀନ କ୍ଷୀରପଦା ଜଙ୍ଗଲରୁ ହାତୀଟି ବାହରିଥିଲା। ‌ପ୍ରଥମେ ହାତୀଟିକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ହେଲେ ପରେ ହାତୀ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଲୋକଙ୍କ ଭିଡ଼ ଦେଖି ହାତୀ ଜଙ୍ଗଲ ମୁହାଁ ହୋଇଥିଲା। ଚେଙ୍ଗୁଆ-ମଙ୍ଗଲପୁର ହୋଇ ବାଲେଶ୍ବରର ନୀଳଗିରି ରେଂଜକୁ ଯିବା ନେଇ ଆଶା କରାଯାଉଥିଲା। ହେଲେ ଦିନ ପ୍ରାୟ ୨ଟା ବେଳକୁ ଏହା ପୁଣି କ୍ଷୀରପଦା ଜଙ୍ଗଲକୁ ଫେରିଛି। ଏପରି ସମୟରେ ବନ ବିଭାଗ ହାତୀଟି ଉପରେ ନଜର ରଖିଥିବା ଜଣାପଡ଼ିିଛି।
ମଙ୍ଗଳବାର ଦିନ ବଡ଼ସାହି ଅଞ୍ଚଳରେ ହାତୀଟିକୁ ଦେଖିବାକୁ ମିଳିଥିଲା। ଏହା ସ୍ଥାନୀୟ ଜଙ୍ଗଳରେ ରହିଥିବା ବେଳେ ମଧ୍ୟ ରାତିରେ ବେତନଟୀ ଅଞ୍ଚଳରେ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର