ଦଶପଲ୍ଲା : କିଛି ବର୍ଷ ତଳେ ବାଣୀଗୋଚ୍ଛା ବନାଞ୍ଚଳରେ ଦେଖିବାକୁ ମିଳିଥିବା କଳାବାଘର ଏବେ କୌଣସି ଖୋଜ୍‌ଖବର୍‌ ନଥିବା ବେଳେ ସେ ଆଉ ଅଛି କି ନାହିଁ ବା ଶିକାରୀଙ୍କ ହାତରେ ତା’ର ଜୀବନ ଯାଇଛି, ପରିବେଶବିତ୍‌ମାନେ ପ୍ରଶ୍ନ କରିଛନ୍ତି।

Advertisment

ପ୍ରାୟ ୩ ବର୍ଷ ତଳେ ବାଣୀଗୋଛା (ପଶ୍ଚିମ) ବନାଞ୍ଚଳ ଅଞ୍ଚଳରେ ଚିହ୍ନଟ ହୋଇଥିବା ଏକ ବିରଳ କଳାବାଘକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଥିଲା। ଏହାର ସୁରକ୍ଷା ଏବଂ ବଂଶବୃଦ୍ଧି ପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଥିବା ବେଳେ ଏହା ପରଠାରୁ ଆଉ ସେହି ବାଘର ସନ୍ଧାନ ବନ ବିଭାଗ ନିକଟରେ ନାହିଁ। ବାଘଟି କେଉଁଆଡ଼େ ଗଲା ଓ କିଭଳି ଅବସ୍ଥାରେ ଅଛି ସେନେଇ କିଛି ବି ସୂଚନା ନାହିଁ।

ଏନେଇ ବାଣୀଗୋଛା (ପଶ୍ଚିମ) ବନାଞ୍ଚଳ ଅଧିକାରୀ ସଂସାର ବର୍ଗିଆଙ୍କ କହିବା ଅନୁଯାୟୀ, ଥରେ ମାତ୍ର କ୍ୟାମେରାରେ କଏଦ ହୋଇଥିଲା। ବାଘ ଚିହ୍ନଟ ପାଇଁ ଜଙ୍ଗଲରେ ଲଗାଯାଉଥିବା କ୍ୟାମେରାଗୁଡ଼ିକର ଚିପ୍‌କୁ ଗଣନା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା (ଏନ୍‌ଟିସିଏ)କୁ ପଠାଇ ଦିଆଯାଉଛି। ହେଲେ ସେହି କ୍ୟାମେରାରେ ସେହି ବାଘର ଚିତ୍ର ଅଛି କି ନାହିଁ ତାହା ଜଣାନଥିବା କହିଛନ୍ତି।