ଭୁବନେଶ୍ବର : ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଥିସହ ବନ୍ୟଜନ୍ତୁଙ୍କ ଉପରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଛି। ତାହାକୁ ଦୃଷ୍ଟିରେ ରଖି ଉପକୂଳ ଜିଲ୍ଲାଗୁଡ଼ିକ ପାଇଁ ବନ ବିଭାଗ ମାର୍ଗଦର୍ଶିକା ଜାରି କରିଛି। ୪୮ ଘଣ୍ଟା ଧରି ଖୋର୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଡିଏଫ୍ଓମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ବାଲୁଖଣ୍ଡ, ଭିତରକନିକା ଉପରେ ଅଧିକ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଦ୍ବାରା ବନ୍ୟାଜନ୍ତୁଙ୍କ ବାସସ୍ଥଳୀ ଯେପରି କ୍ଷତିଗ୍ରସ୍ତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ବନ୍ୟଜନ୍ତୁଙ୍କ ବର୍ଷାରେ ଯେପରି କ୍ଷତି ନ ହୁଏ, ସେଦିଗରେ ନଜର ରଖିବାକୁ ଡିଏଫ୍ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବନ୍ୟପ୍ରାଣୀଙ୍କ ସୁରକ୍ଷା ଚିନ୍ତା: ଡିଓଏଫ୍ଙ୍କ ପାଇଁ ମାର୍ଗଦର୍ଶିକା ଜାରି
/sambad/media/post_attachments/wp-content/uploads/2021/09/rainfall.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)