ଏମ୍ସରେ ହେବ ୩ଟି ପରୀକ୍ଷଣ କେନ୍ଦ୍ର: ଭାଇରାଲ୍‌, ଫଙ୍ଗାଲ୍‌ ଇନ୍‌ଫେକସନ୍‌, କର୍କଟ ଚିହ୍ନଟ ହେବ ସହଜ

ଭୁବନେଶ୍ବର : ଭାଇରାଲ୍‌ ଇନ୍‌ଫେକ୍‌ସନ୍‌, ଫଙ୍ଗାଲ୍‌ ଇନ୍‌ଫେକ୍‌ସନ୍ ଏବଂ ସାଧାରଣ କର୍କଟ ରୋଗର ଅଧ୍ୟୟନ ପାଇଁ ଏମ୍ସ ଭୁବନେଶ୍ବରରେ ନୂତନ ପ୍ରକାର ୩ଟି ପରୀକ୍ଷଣକୁ ମିଳିଛି ଅନୁମୋଦନ। ଏଠାରେ ହେବ ଭାଇରାଲ୍‌ ରିସର୍ଚ ଡାଇଗ୍ନୋଷ୍ଟିକ ଲାବୋରୋଟାରି, ଆଡଭାନ୍ସ ମାଇକୋଲୋଜି(ଫିମ୍ପି ଅଧ୍ୟୟନ) ଡାଇଗ୍ନୋଷ୍ଟିକ ଆଣ୍ଡ ରିସର୍ଚ ସେଣ୍ଟର, ଡିଏଚ୍‌ଆର୍‌-ଆଇସିଏମ୍‌ଆର୍‌ ଆଡଭାନ୍ସ ମଲିକ୍ୟୁଲାର୍‌ ଅଙ୍କୋଲୋଜି ଡାଇଗ୍ନୋଷ୍ଟିକ ସର୍ଭିସ ସେଣ୍ଟର।

ପ୍ରସ୍ତାବିତ ଭାଇରାଲ୍‌ ରିସର୍ଚ ଡାଇଗ୍ନୋଷ୍ଟିକ ଲାବୋରୋଟାରି ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଗବେଷଣା ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାଇକ୍ରୋ ବାଇଲୋଜି ବିଭାଗକୁ ୧.୯୮ କୋଟି ଟଙ୍କା, ଇଣ୍ଡିଆନ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ପକ୍ଷରୁ ମାଇକୋଲୋଜି ଡାଇଗ୍ନୋଷ୍ଟିକ ଆଣ୍ଡ ରିସର୍ଚ ସେଣ୍ଟର ପାଇଁ ୫ କୋଟି ଟଙ୍କା ଦିଆଯାଇଛି। ମଲିକ୍ୟୁଲାର ଅଙ୍କୋଲୋଜି ଡାଇଗ୍ନୋଷ୍ଟିକ ସର୍ଭିସ(ଡାଇମଣ୍ଡ)ରେ ସ୍ତନ କର୍କଟ, ଲଙ୍ଗ୍ସ କର୍କଟ ପରୀକ୍ଷଣ ହେବ। ଏହି କେନ୍ଦ୍ରଗୁଡ଼ିକ ଖୁବ ଶୀଘ୍ର କାର୍ଯ୍ୟ ହେବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସ୍ଥିତ ବିଭିନ୍ନ ଡାକ୍ତରଖାନା ଏହାର ଲାଭ ମିଳିପାରିବ। ରୋଗୀଙ୍କୁ ଏଥିପାଇଁ ଦେୟ ଦେବାକୁ ପଡ଼ିବ ନାହିଁ। ରାଜ୍ୟରେ ଏମ୍ସ କୋଭିଡ-୧୯ ଆର୍‌ଟିପିସିଆର୍‌ ପରୀକ୍ଷଣ ଦ୍ବିତୀୟ କେନ୍ଦ୍ର ଅଟେ। ଏହାର ତତ୍ବାବଧାନରେ ୧୦ ମେଡିକାଲ କଲେଜରେ ପରୀକ୍ଷଣ କରାଯାଇ ପାରୁଛି।

ସମ୍ବନ୍ଧିତ ଖବର