ଆୟୁଷ ଡାକ୍ତରଙ୍କ ହେବ କ୍ୟାଡର ପୁନର୍ଗଠନ

ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ କ୍ୟାଡର ପୁନର୍ଗଠନ ହେବ। ଏବେ ଆୟୁଷ ଡାକ୍ତର ଗ୍ରୁପ୍ ବି ପଦବିରେ କାର୍ଯ୍ୟ କରୁଥିବା ବେଳେ ଗ୍ରୁପ୍ ଏ କୁ ପଦୋନ୍ନତି ମିଳିବା ନେଇ ଆଶା ଉଜ୍ଜିବୀତ ହୋଇଛି। ଆଜି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ସହିତ ରାଜ୍ୟ ସରକାରୀ ଆୟୁର୍ବେଦ ଚିକିତ୍ସକ ସଂଘର ହୋଇଥିବା ଆଲୋଚନାରୁ ଏହି ସୂଚନା ମିଳିଛି।

ରାଜ୍ୟରେ ସରକାରୀଭାବେ ୬୯୦ ଆୟୁଷ ଡାକ୍ତର ପଦବି ରହିଛି। ବର୍ତମାନ ୫୩୦ ଏଥିରେ କାର୍ଯ୍ୟରତ ଅଛନ୍ତି। ଆୟୁଷ ଡାକ୍ତରଙ୍କ ପଦୋନ୍ନତି ନେଇ ଦୀର୍ଘଦିନରୁ ସଂଘ ପକ୍ଷରୁ ଦାବି ହୋଇ ଆସୁଥିଲା। ତେବେ ପଦୋନ୍ନତି ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ଲାଗି ରାଜ୍ୟ ଆୟୁଷ ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ବିଭାଗ ପକ୍ଷରୁ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର