ଭୁବନେଶ୍ବର : ଯାତ୍ରୀଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ ପାଇଁ ହାଓଡ଼ା ଓ ଭଦ୍ରକ ମଧ୍ୟରେ ନଭେମ୍ବର ୯ (ମଙ୍ଗଳବାର)ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ହାଓଡ଼ା-ଭଦ୍ରକ ସ୍ବତନ୍ତ୍ର ଟ୍ରେନ୍(୦୮୦୪୩) ୯ ତାରିଖରୁ ହାଓଡ଼ାରୁ ଅପରାହ୍ଣ ୩ଟା ୪୦ରେ ଛାଡ଼ି ରାତି ୧୦ଟା ୩୫ରେ ଭଦ୍ରକରେ ପହଞ୍ଚିବ। ଫେରିବା ବାଟରେ ଭଦ୍ରକ-ହାଓଡ଼ା ଟ୍ରେନ୍(୦୮୦୪୪) ନଭେମ୍ବର ୧୦ରୁ ଭଦ୍ରକରୁ ଭୋର୍ ୪ଟା ୫୦ରେ ଛାଡ଼ି ପୂର୍ବାହ୍ନ ୧୧ଟା ୪୫ରେ ହାଓଡ଼ାରେ ପହଞ୍ଚିବ। ଏହି ଟ୍ରେନ୍ରେ ୧୦ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିଛି। ଉଭୟ ପାର୍ଶ୍ୱର ପ୍ରମୁଖ ଷ୍ଟେସନ୍ଗୁଡ଼ିକରେ ଏହା ରହଣି କରିବ।
ସେହିପରି ଆସନ୍ତା ୧୨ତାରିଖରୁ ଖଡ଼ଗପୁର ଓ ଯାଜପୁର କେନ୍ଦୁଝର ରୋଡ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ୍ ସ୍ବତନ୍ତ୍ର ଟ୍ରେନ୍(୦୮୦୩୭) ୧୨ ତାରିଖରୁ ଖଡ଼ଗପୁରରୁ ଅପରାହ୍ଣ ୪ଟା ୧୫ରେ ଛାଡ଼ି ରାତି ୯ଟା ୪୦ରେ ଯାଜପୁର କେନ୍ଦୁଝର ରୋଡ୍ରେ ପହଞ୍ଚିବ। ଫେରିବା ବାଟରେ ଯାଜପୁର କେନ୍ଦୁଝର ରୋଡ୍-ଖଡ଼ଗପୁର ଟ୍ରେନ୍(୦୮୦୩୮) ୧୩ ତାରିଖରୁ ଯାଜପୁର କେନ୍ଦୁଝର ରୋଡ୍ରୁ ଭୋର୍ ୬ଟା ୧୦ରେ ଛାଡ଼ି ଖଡ଼ଗପୁରଠାରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିବ। ଏହି ଟ୍ରେନ୍ରେ ୩ଟି ମୋଟର କାର୍ ଓ ୯ଟି ମେମୁ କୋଚ୍ ଉପଲବ୍ଧ ରହିଛି। ଏହା ଖଡ଼ଗପୁର ଓ ଯାଜପୁର କେନ୍ଦୁଝର ରୋଡ୍ ମଧ୍ୟରେ ଉଭୟ ପାର୍ଶ୍ୱରୁ ପ୍ରମୁଖ ଷ୍ଟେସନ୍ଗୁଡ଼ିକରେ ରହିବ।