ଭୁବନେଶ୍ବର: ରାଜ୍ୟରେ ଏବେ ଉଷ୍ମ ଓ ଆର୍ଦ୍ର ପାଣିପାଗ ଜାରି ରହିଥିବା ବେଳେ ଉପକୂଳରେ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୪ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମଗଜପତି ଜିଲ୍ଲା‌ର ଗୋଟିଏରୁ ଦୁଇଟି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ଜାରି ରହିବ।

Advertisment

ଏଥିସହ ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରାରେ ବଡ଼ ଧରଣର କିଛି ପରିବର୍ତ୍ତନ ଘଟିବ ନାହିଁ। ପରବର୍ତ୍ତୀ ୩ ଦିନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ଯାଏଁ ବୃଦ୍ଧି ପାଇପାରେ। ଆସନ୍ତାକାଲି ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ସର୍ବାଧିକ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।