ଆସୁଛି ବାତ୍ୟା ଫନି : କ’ଣ ହେବ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଥିବା ପ୍ରାଣୀଙ୍କ ଅବସ୍ଥା ?

ଭୁବନେଶ୍ୱର : ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଏବେ ଓଡ଼ିଶା ଆଡକୁ ମାଡିଆସୁଛି । ଏହାକୁ ଅତି ଭୟାନକ ସାମୁଦ୍ରିକ ବାତ୍ୟା ବା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନରେ ପରିଣତ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଏହା ଆସନ୍ତା ୩ ତାରିଖ ଅପରାହ୍ଣ ୫ଟା ୩୦ ମିନିଟ ବେଳେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ଏହି ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ମଣିଷମାନଙ୍କୁ ସିନା ସରକାର ବାତ୍ୟା ଆଶ୍ରୟସ୍ଥଳକୁ ନେଇ ସୁରକ୍ଷିତ ରଖିଦେବେ, କିନ୍ତୁ ପାଟି ଫିଟୁନଥିବା ପଶୁ ପକ୍ଷୀଙ୍କ ଅବସ୍ଥା କଣ ହେବ ? ଏପରି କିଛି ଆଶଙ୍କା କରିଛନ୍ତି ପରିବେଶବିତ୍‌ । ଏହି ବାତ୍ୟା ଯୋଗୁଁ ବିଶେଷଭାବରେ ପ୍ରଭାବିତ ହେବ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ନିକଟରେ ଥିବା ବାଲୁଖଣ୍ଡ ଭୟାରଣ୍ୟ । ବାତ୍ୟା ଯୋଗୁଁ ହରିଣ ଓ ଅନ୍ୟ ପଶୁପକ୍ଷୀ ମୃତ୍ୟୁମୁଖରେ ପଡିବାର ଆଶଙ୍କା ରହିଛି ।

ଏହି ଅଭୟାରଣ୍ୟରେ ପ୍ରାୟ ୩ ହଜାରରୁ ଅଧିକ ହରିଣ, ବିଭିନ୍ନ ପ୍ରଜାତିର ମାଙ୍କଡ, ହେଟାବାଘ,ବଣବିରାଡ଼ି, ବିରଳ ପ୍ରଜାତିର ପକ୍ଷୀ, ଝିଙ୍କ, ଠେକୁଆ ଆଦି ରହିଛନ୍ତି । ବାତ୍ୟା ଆସିଲେ ଏମାନଙ୍କ ସ୍ଥିତି ପ୍ରତି ବିପଦ ସୃଷ୍ଟି ହେବ ।

ସମ୍ବନ୍ଧିତ ଖବର