ଭୁବନେଶ୍ବର: ନିକଟରେ ଶେଷ ହୋଇଥିବା ୩ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିଛି। ଯାହାକୁ ନେଇ ରାଜ୍ୟ ବିଜେପି ବେଶ୍ ଉତ୍ସାହିତ। ରାଜ୍ୟରେ ବିଜେଡି ସହିତ ବିଜେପିର କଡ଼ା ଟକ୍କର ହେବାକୁ ଯାଉଛି। ବିଜେଡି ଅତି ସହଜରେ ରାଜ୍ୟରେ ବିଜୟୀ ହେବ ବୋଲି ଯେଉଁ ଆଶା କରିଥିଲା ତାହା ହେବନାହିଁ। ଆଜି ଗଣମାଧ୍ୟମରେ ଏଭଳି ଢଙ୍ଗରେ ବୟାନ ଦେଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ତାଙ୍କର ଏଭଳି ବୟାନରୁ ସେ ଆସନ୍ତା ନିର୍ବାଚନରେ ବିଜେପି ଟିକେଟ୍‌ରେ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ମନ୍ମଥ କହିଛନ୍ତି ଯେ ଆମେରିକାକୁ ଏକ ବିମାନ ଉଡ଼ାଣ ନେଇ ଏୟାର ଇଣ୍ଡିଆ ପକ୍ଷରୁ ଅନୁରୋଧ ଆସିଛି। ମାତ୍ର ଏହାକୁ ଗ୍ରହଣ କରିବି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହାପରେ ସଂପୂର୍ଣ୍ଣଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବି। ହେଲେ କଂଗ୍ରେସରୁ ଲଢ଼ିବି ନାହିଁ। ଦୁଇ ବିଜେଡି ଓ ବିଜେପି ସହ ଆଲୋଚନା ହୋଇଛି। ଆସନ୍ତା ୫-୭ ଦିନ ଭିତରେ ସବୁକିଛି ସ୍ପଷ୍ଟ ହୋଇଯିବ। ମୋ ଟିମ୍‌ ମଧ୍ୟ ବାପାଙ୍କୁ ଦଳ ସଂପର୍କରେ ସୂଚନା ଦେଇସାରିଛନ୍ତି। ତେଣୁ ବାପା ହିଁ ଏହା ସଂପର୍କରେ ଘୋଷଣା କରିବେ। ଆଜିର ସମୟରେ କୌଣସି ବ୍ୟକ୍ତିଙ୍କ ଉପରେ ପରିବାର ନିଜର ନିଷ୍ପତ୍ତି ଥୋପି ନ ଦିଅନ୍ତୁ ବୋଲି ମନ୍ମଥ କହିଛନ୍ତି।