ରେରା ଅଧୀନରେ ପଞ୍ଜୀକୃତ ନଥିଲେ ମିଳିବନି ସମାପ୍ତି ପ୍ରମାଣପତ୍ର

ଭୁବନେଶ୍ବର : ରେରା(ରିୟଲ ଇଷ୍ଟେଟ୍‌ ରେଗୁଲେଟିଂ ଅଥରିଟି) ଅଧୀନରେ ପଞ୍ଜୀକୃତ ନ ଥିଲେ ପ୍ରକଳ୍ପ ସମାପ୍ତି ପ୍ରମାଣପତ୍ର ମିଳିବନି। ଏଣୁ ପ୍ରକଳ୍ପ ସମାପ୍ତି ପ୍ରମାଣପତ୍ର ଦେବା ପୂର୍ବରୁ କର୍ତ୍ତୃପକ୍ଷମାନେ ରେରା ପଞ୍ଜୀକରଣ ବାବଦରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ଏ ନେଇ ସମସ୍ତ ବିଡିଓ, କମିସନରଙ୍କୁ ବିଭାଗ ଚିଠି ଲେଖିଛି। ସୂଚନା ମୁତାବକ, ୫୦୦ ବର୍ଗମିଟରରୁ ଅଧିକ ଜାଗା କିମ୍ବା ୮ଟି ଆପାର୍ଟମେଣ୍ଟରୁ ଅଧିକ ତିଆରି କରୁଥିଲେ ରେରା ଅଧୀନରେ ପଞ୍ଜୀକରଣ କରିବାକୁ ହେବ। କିନ୍ତୁ ଏହାକୁ କେତେକ ବିଲ୍ଡର ନ ମାନି ବ୍ୟବସାୟ କରୁଛନ୍ତି। ଏବେ କିନ୍ତୁ ରେରା ଅଧୀନରେ ପଞ୍ଜୀକୃତ ନଥିଲେ ସମାପ୍ତି ପ୍ରମାଣପତ୍ର ଦିଆ ନଯିବାକୁ କଡ଼ାକଡ଼ି କରାଯାଇଛି। ଏ ନେଇ ସହରାଞ୍ଚଳରେ ପୌରାଞ୍ଚଳ କର୍ତ୍ତୃପକ୍ଷ ବା ବିଡିଓଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର