ନାରାୟଣ, ନାରାୟଣ। ଓଡ଼ିଶାବାସୀଙ୍କ ମନରେ ଏକ ଅବସୋସ ରହିଛି। ଏହି ରାଜ୍ୟର ଲୋକ ସୁପ୍ରିମ୍କୋର୍ଟ ମୁଖ୍ୟ ବିଚାରପତି ଏବ˚ ଲୋକସଭା ବାଚସ୍ପତି ପଦ ଆଦି ଅଳଙ୍କରଣ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କେହି ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହୋଇନାହାନ୍ତି। ଏବେ, ଆସନ୍ନ ରାଷ୍ଟ୍ରପତି ନିର୍ବାଚନ ସମୟରେ ଓଡ଼ିଶାର ଆଶା ଉଜ୍ଜ୍ବଳି ଉଠିଛି। କାରଣ, କିଛିଦିନ ହେଲା ଅନ୍ୟ ନେତାମାନଙ୍କ ନାମ ସହିତ ଝାଡ଼ଖଣ୍ତର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏବ˚ ଆନ୍ଧ୍ରପ୍ରଦେଶର ବର୍ତ୍ତମାନର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ନାମ ଶୁଣାଯାଉଛି। ଦ୍ରୌପଦୀ ମୁର୍ମୁଙ୍କ ନାମ ଟିକିଏ ଆଗରେ ଅଛି, କାରଣ ସେ ଆଦିବାସୀ ମହିଳା ଏବ˚ ତାଙ୍କର ପ୍ରାର୍ଥିତ୍ବ କେନ୍ଦ୍ର ସରକାରଙ୍କୁ କିଛି ଅଧିକା ମାଇଲେଜ୍ ଦେବ। ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ହେବ ଏବ˚ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୯ ଜୁନ୍। ଏହା ଭିତରେ କେନ୍ଦ୍ରର ମୋଦୀ ସରକାର ବିଭିନ୍ନ ରାଜ୍ୟର ନେତାମାନଙ୍କୁ ଡାକି ଆଲୋଚନା କରୁଛନ୍ତି। ତାଙ୍କ ପାଖରେ ଆବଶ୍ୟକ ସ˚ଖ୍ୟାରେ ଭୋଟ୍ ନ ଥିବାରୁ ଓଡ଼ିଶାର ବିଜେଡି ନେତା ବାବୁ ନବୀନଙ୍କ ସମର୍ଥନ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ବିରୋଧୀ ଦଳ ଏପର୍ଯ୍ୟନ୍ତ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଯଦି କେନ୍ଦ୍ରର ମୋଦୀ ସରକାର ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରନ୍ତି, ତାହାହେଲେ ଓଡ଼ିଶାର ସ୍ବାଭିମାନ ଦୃଷ୍ଟିରୁ ତାଙ୍କୁ ସମର୍ଥନ କରିବା ଲାଗି ବାବୁ ନବୀନ ଏକପ୍ରକାର ବାଧ୍ୟହେବେ। ପ୍ରଣବ ମୁଖାର୍ଜୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲାବେଳେ ଏହିପରି କାରଣରୁମମତା ବାନାର୍ଜୀଙ୍କ ଭଳି କ୍ରୁଦ୍ଧ ବାଘୁଣୀ ମଧ୍ୟ
କେନ୍ଦ୍ର ସରକାରକୁ ସମର୍ଥନ ଯୋଗାଇଥିଲେ।
ଓଡ଼ିଶା ପାଇବ କି ରାଷ୍ଟ୍ରପତି ପଦ?
୧୨ ଜୁନ୍ ୨୦୨୨ ରାଜଧାନୀ ରାଜନୀତିରେ ଏହି ଖବର ପ୍ରକାଶ ପାଇଥିଲା
/sambad/media/post_attachments/wp-content/uploads/2022/06/sfgfsg4fs654gf65s465sf4g5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)