ଭୁବନେଶ୍ବର: ଜଣେ ଅଟିଜିମ୍ ପିଲା, ତା’ର ସଂଘର୍ଷର କାହାଣୀ, ମା’ ଓ ପତ୍ନୀଙ୍କଠାରୁ ପାଇଥିବା ସ୍ନେହ, ଶ୍ରଦ୍ଧା ଓ ସେବା; ଏସବୁକୁ ନେଇ ଖୁବ୍ଶୀଘ୍ର ପରଦାକୁ ଆସୁଛି ‘ମୋ ପଣତକାନିରେ ତୁ’। ଏହି ଚଳଚ୍ଚିତ୍ର ଜରିଆରେ ଅଟିଜିମ୍ ପିଲାଙ୍କର କିଭଳି ସେବା ଯତ୍ନ କରାଯିବା ଉଚିତ ଓ ଅଟିଜିମ୍ ପିଲା ଜୀବନରେ କ’ଣ କ’ଣ ସଂଘର୍ଷର ସାମ୍ନା କରିଥାଏ, ତାହା ପ୍ରତିଫଳିତ ହେବ। ଆସନ୍ତା ୧୨ ତାରିଖ ସଂଧ୍ୟା ସାଢ଼େ ୫ଟାରେ ଜି’ ସାର୍ଥକରେ ଏହି ଚଳଚ୍ଚିତ୍ରର ୱାର୍ଲ୍ଡ ଟିଭି ପ୍ରିମିୟମ୍ ଅନୁଷ୍ଠିତ ହେବ। ଓମ୍ ସାଇ ବ୍ୟାନର୍ରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ପ୍ରଦ୍ୟୁମ୍ନ ଲେଙ୍କା କରିଥିବା ବେଳେ ଚିନୁ ନାୟକ ଏହାର ନିଦ୍ଦେର୍ଶନା ଦେଇଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ବିଶିଷ୍ଟ କଳାକାର ହରି ମହାପାତ୍ର ଅଭିନୟ କରିଥିବା ବେଳେ ଚଳଚ୍ଚିତ୍ରର କାହାଣୀ, ସଂଳାପ ଓ ଚିତ୍ରନାଟ୍ୟରେ ମଧ୍ୟ ସେ ରହିଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଏହାର ସଙ୍ଗୀତ ଦେଇଛନ୍ତି। ଚଳଚ୍ଚିତ୍ରର ଅନ୍ୟ ଭୂମିକାରେ ଅଭିନେତ୍ରୀ ମହେଶ୍ବେତା ରାୟ, ପ୍ରଦ୍ୟୁମ୍ନ ଲେଙ୍କା, ଶ୍ରଦ୍ଧା ଓ ଜ୍ୟୋତି ପ୍ରମୁଖ ରହିଛନ୍ତି।
‘ମୋ ପଣତକାନିରେ ତୁ’ କହିବ ଅଟିଜିମ୍ ପିଲାଙ୍କ ସଂଘର୍ଷ କାହାଣୀ
/sambad/media/post_attachments/wp-content/uploads/2022/06/da56g65dga4dg654dg65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)