ସମ୍ବଲପୁରରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହେବୁ: ଜୟନାରାୟଣ ମିଶ୍ର

ସମ୍ବଲପୁର: ସାଧାରଣ ନିର୍ବାଚନ-୨୦୨୪ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର ନେତାମାନଙ୍କର ବୟାନ ସେତିକି ଆସୁଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର କହିଛନ୍ତି, ସମ୍ବଲପୁରରେ ଏଥର ବିଜେପି ଏକତରଫା ବିଜୟ ହାସଲ କରିବ। ସେ ନେଇ ଦୃଢ଼ୋକ୍ତିର ସହିତ କହିଛନ୍ତି ଯେ, ଏଥର ୱାନ ସାଇଡ୍ ଲଢ଼େଇ ହେବ । ବିଜେପି ଦେଢ଼ ଲକ୍ଷରୁ ଅଧିକ ଭୋଟରେ ବିଜୟ ହେବ। ସମ୍ବଲପୁର ଲୋକସଭା ଅନ୍ତର୍ଗତ ୭ରୁ ୭ ବିଧାନସଭା ଆସନ ବିଜେପି ଖାତାକୁ ଯିବ।

ସୂଚନାଯୋଗ୍ୟ, ୨୦୧୯ରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ପ୍ରାର୍ଥୀ ନିତେଶ ଗଙ୍ଗଦେବ ବିଜେଡିର ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ତୁଳନାରେ ୯,୧୬୨ ‌ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧନୀରେ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ରହିଛି। ୨୦୧୯ ବିଧାନସଭା ନିର୍ବାଚନରେ ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ୫୭,୩୪୯ ଖଣ୍ଡ ଭୋଟ୍‌ ପାଇଥିଲେ। ସେ ବିଜେଡିର ପ୍ରାର୍ଥୀ ଡ, ରାସେଶ୍ବରୀ ପାଣିଗ୍ରାହୀଙ୍କୁ ୪୩୮୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ।  ରେଙ୍ଗାଲିରୁ ବିଜେପି ପ୍ରାର୍ଥୀ ନାଉରୀ ନାୟକଙ୍କୁ ୭୪,୦୭୭ ଖଣ୍ଡ ଭୋଟ୍‌ ମିଳିଥିଲା। ଶ୍ରୀ ନାୟକ ବିଜେଡିର ରୀନା ତାଣ୍ଟିଙ୍କୁ ୬୭୪୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ସେହିପରି ଦେବଗଡ଼ରେ ବିଜେପି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ୭୪,୩୫୫ ଖଣ୍ଡ ଭୋଟ୍‌ ହାତେଇବା ସହିତ ବିଜେଡିର ରୋମାଞ୍ଚ ରଂଜନ ବିଶ୍ବାଳଙ୍କୁ ୭୬୦୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ହରାଇଥିଲେ। ତେବେ ଆଠମଲ୍ଲିକ, ଛେଣ୍ଡିପଦା, ରେଢ଼ାଖୋଲ ଓ କୁଚିଣ୍ଡାରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର