ଭୁବନେଶ୍ୱର: ପୌର ନିର୍ବାଚନରେ ବିଜେଡ଼ିକୁ ବିପୁଳ ଜନସମର୍ଥନ ମିଳିଛି | ରାଜ୍ୟର ୯୦ ପ୍ରତିଶତରୁ ଅଧିକ ପୌରାଞ୍ଚଳରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି | ୧୦୮ଟି ପୌରାଞ୍ଚଳରୁ ୭୬ଟି ପୌରାଞ୍ଚଳରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି | ଦଳ ୭୩ଟି ପୌରାଧ୍ୟକ୍ଷ ପଦ ହାସଲ କରିଥିବା ବେଳେ ୩ ମହାନଗର ନିଗମ ମେୟର ପଦ ମଧ୍ୟ ବିଜେଡି ହାତକୁ ଯାଇଛି। ଆଉ ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି |

Advertisment


ଆଜି ବହୁ ସଂଖ୍ୟାରେ କର୍ମୀ ନବୀନ ନିବାସ ସମ୍ମୁଖରେ ଜମା ହୋଇ ଉତ୍ସବ ପାଳନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ଜିତିବା ପଛର ରହସ୍ୟ କହିଛନ୍ତି | ନବୀନ ଟ୍ୱିଟରରେ ଲେଖିଛନ୍ତି ଯେ,'ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି। ୱାର୍ଡସ୍ତରରୁ ଲୋକଙ୍କ ଭଲପାଇବା ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତାକୁ ପ୍ରମାଣିତ କରୁଛି'।