ଭୁବନେଶ୍ୱର: ଓଡ଼ିଶାରେ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ପ୍ରାରମ୍ଭିକ ଧାରାରେ, ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ଶାସକ ଦଳ ବିଜେଡି ବହୁ ଆସନରେ ପଛୁଆ ରହିଛି। ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ ବିଜେପି ୭୮ ଓ ବିଜେଡି ୫୪ ସିଟ୍ରେ ଆଗୁଆ ଅଛନ୍ତି। ସେହିପରି କଂଗ୍ରେସ ୧୨, ସିପିଆଇ ଏମ ୧ ଓ ସ୍ବାଧୀନ ପ୍ରାର୍ଥୀ ୨ ଅଛନ୍ତି।
୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ଫଳାଫଳ ଶାସକ ଦଳ ବିପକ୍ଷରେ ଯିବା ଭଳି ମନେ ହେଉଛି। ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ପରେ ରାଜ୍ୟରେ ଦଳ ବାଜିମାତ୍ ମୁହାଁ
ହୋଇଛି। ଦଳୀୟ ଅସନ୍ତୋଷ ବିଜେଡ଼ି ପାଇଁ କାଳ ହୋଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/27-1.png)