ରାଉରକେଲା: ଅବକାରୀ ପୁଲିସ ନୂଆଗାଁ ଓ ଲାଠିକଟା ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଛି। ମୋଟ ୨୭୧ ଲିଟର ଦେଶୀ ମଦ ସହ ସ୍କୁଟି (ଓଡି୧୪ଭି-୫୧୨୦) ଜବତ କରିଛି। ୪ ମହିଳା ସମେତ ୬ ଜଣ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୂଆଗାଁ ଅଙ୍କୁରପାଲିର ଭଜୁ ସାହୁ, ଫର୍ଟିଲାଇଜର ସୋନାପର୍ବତର ମାଙ୍ଗରି କେର୍କେଟା, ଧନେରାମ ଗରେଡ଼ି, ଦେଓଗାଁର ରିଙ୍କେଇ ବେହେରା, ରୁକମଣି ସିଂ ଓ ଅରୁଣମତି ମାହାଳିକ।
ଏମାନେ ମାସ ମାସ ଧରି ବିଭିନ୍ନ ଅଞ୍ଚଳରୁ ଦେଶୀ ମଦ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିଲେ। କିଛି ମହିଳା ନିଜ ଘରେ ଦେଶୀ ମଦ ପ୍ରସ୍ତୁତ କରୁଥିବା ପୁଲିସ ଚଢ଼ଉ ବେଳେ ଜାଣିବାକୁ ପାଇଛି। ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଚଢ଼ଉକୁ ଆହୁରି ଜୋରଦାର କରାଯିବ ବୋଲି ପୁଲିସ କହିଛି।