ରାଉରକେଲା: ସପ୍ତାହାନ୍ତ ସଟ୍ଡାଉନ୍ ଓ ନାଇଟ୍ କର୍ଫ୍ୟୁର ଭରପୁର ଫାଇଦା ଉଠାଉଛନ୍ତି ମଦ ବେପାରୀ। କିଛି ଚୋରା ବେପାରୀ ସହାୟତାରେ ଦୋକାନରୁ ପେଟି ପେଟି ବିଦେଶୀ ମଦ ବାହାର କରି ଚଢ଼ାଦରରେ ବଜାରରେ ବିକ୍ରି କରାଯାଉଛି। ପୁଲିସ ପେଟ୍ରୋଲିଂ ଗାଡି ଗୋଟିଏ କି ଦୁଇଟି ନୁହେଁ ସପ୍ତାହରେ ଗୋଟିଏ ଛକରୁ ୩ ଥର ପେଟି ପେଟି ମଦ ଜବତ କରିଛି। ଆଜି ସେକ୍ଟର-୨୧ ସ’ ମିଲ୍ ଛକରୁ ମଦ ବୋଝେଇ ଅଟୋକୁ ପ୍ଲାଣ୍ଟସାଇଟ୍ ପୁଲିସ ଜବତ କରିଛି। ଅଟୋରୁ ୨୭୫ ବୋତଲ ବିଭିନ୍ନ ବ୍ରାଣ୍ଡର ମଦ ଜବତ ହୋଇଛି। ଘଟଣାସ୍ଥଳରୁ ପୁଲିସ ଅଟୋ ଡ୍ରାଇଭର କବି ସମ୍ରାଟପାଲୀର ଅଜୟ ପଣ୍ଡା (୫୨)କୁ ଗିରଫ କରିଛି। ସୂଚନାଯୋଗ୍ୟ, ଗତ ୨୩ରେ ପ୍ଲାଣ୍ଟସାଇଟ୍ ପୁଲିସ ପେଟ୍ରୋଲିଂ ବେଳେ ବିଦେଶୀ ମଦ ବୋଝେଇ ଅଟୋକୁ ସେକ୍ଟର-୨୧ ନୟାବଜାର ନିକଟରୁ ଜବତ କରିଥିଲା। ଅଟୋରୁ ବିଭିନ୍ନ ବ୍ରାଣ୍ଡର ୨୪୮ ବୋତଲ ଜବତ କରିଛି। ଭାଟ୍ଟି ରୋଡର ଅଟୋ ଡ୍ରାଇଭର ସନ୍ନି ଖାନ୍କୁ ପୁଲିସ ଗିରଫ କୋର୍ଟ ଚାଲାଣ କରିଥିଳା। ଏହାର ଦୁଇ ଦିନ ପୂର୍ବରୁ ସ’ ମିଲ୍ ଛକ ନିକରୁ ପୁଲିସ ସ୍କୁଟି ସହ ୨ ପେଟି ବିଦେଶୀ ମଦ ଜବତ କରିଥିଲା। ବେପାରୀ ମଧୁସୂଦନପାଲୀର ତପନ କୁମାର ଗିରିକୁ ଗିରଫ କରିଥିଲା
ବିପୁଳ ପରିମାଣରେ ବିଦେଶ ମଦ ଜବତ, ୭ ଦିନରେ ଗୋଟିଏ ସ୍ଥାନରୁ ଜବତ ହେଲାଣି ୩ଥର
ଅଟୋ ଡ୍ରାଇଭର ଗିରଫ
/sambad/media/post_attachments/wp-content/uploads/2021/04/sfh46h465sfh465sfh465sfh4f5s6h456.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)