ରିଆମାଳ: ରିଆମାଳ ଥାନା ବାବରାକୋଟ ଗ୍ରାମରୁ ପୁଲିସ୍ ବ୍ୟାପକ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି। ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗର ବିପ୍ର ଚରଣ ମଣ୍ଡଳଙ୍କ ନେତୃତ୍ବରେ ବାବରାକୋଟ ଗାଁରେ ଚଢ଼ଉ ହୋଇଥିଲା। ସେଠାରେ ନକଲି ମଦ ତିଆରି କରି ବିକ୍ରି କରୁଥିବା ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲା ଦେଓ ଥାନା ଦେଓ ଗ୍ରାମର ନରେଶ କୁମାର ସିଂ (୨୬)କୁ ଗିରଫ କରିବା ସହ ତା’ ପାଖରୁ ୪୪.୪୨୫ ଲିଟର ନକଲି ବିଦେଶୀ ମଦ, ୧୧ ଲିଟର ସ୍ପିରିଟ୍, ଠିପି, ଇଏଲ୍ ଷ୍ଟିକର ଜବତ କରାଯାଇଥିଲା।
ଦୀର୍ଘ ଦିନ ହେଲା ନରେଶ ଏଭଳି କାର୍ଯ୍ୟ ଚଲାଇ ଅଞ୍ଚଳରେ ନକଲି ମଦ ବିକ୍ରି କରୁଥିବା ଜଣାପଡ଼ିଛି। ଏହି ଚଢ଼ଉରେ ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗର ଏସ୍ଆଇ ଦିଲ୍ଲୀପ ରଥ, ବିଜୟ ଲାକ୍ରା, ରିଆମାଳ ଅବକାରୀ ଅଧିକାରୀ ସଂଗ୍ରାମ ମାରାଣ୍ଡି, ଏଏସ୍ଆଇ ରାଜ କିଶୋର ସାହୁ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/20-6.jpg)