ପାପଡାହାଣ୍ଡି: ସୁରକ୍ଷିତ ପ୍ରସବ ତଥା ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇବା ପାଇଁ ସରକାର ଜନନୀ ସୁରକ୍ଷା ଗାଡି (୧୦୨ ଆମ୍ବୁଲାନ୍ସ)ର ବ୍ୟବସ୍ଥା କରିଛନ୍ତି। ତେବେ ଏହି ଗାଡ଼ିରେ ପ୍ରସୂତି ବଦଳରେ ବୁହା ହେଉଥିଲା ଦେଶୀ ମଦ। ଅବକାରୀ ବିଭାଗ କର୍ମଚାରୀ ଆଜି ଏକ ଜନନୀ ସୁରକ୍ଷା ଗାଡିରୁ ମହୁଲି ମଦ ଜବତ କରିଛନ୍ତି। ଏହି ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଓ ଜଣେ ମଦ ମାଫିଆଙ୍କୁ ଗିରଫ କରାଯାଇଛି। ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ।
ଆଜି ତୁମ୍ବର୍ଲା ଗ୍ରାମରୁ ଏକ ୧୦୨ଆମ୍ବୁଲାନ୍ସ(ଓଡି ୦୨କ୍ୟୁ ୯୮୬୫)ରେ ମହୁଲି ମଦ ଚାଲାଣ ହେଉଥିବା ନେଇ ପାପଡାହାଣ୍ଡି ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଅବକାରୀ ବିଭାଗ କର୍ମଚାରୀ ଆମ୍ବୁଲାନ୍ସକୁ ପାପଡହାଣ୍ଡିଠାରୁ ଗୋଟିଏ କିଲୋମିଟର ଦୂରରେ ଅଟକାଇବାକୁ ଉଦ୍ୟମ କରିଥିଲେ। ତେବେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଦ୍ରୁତ ଗତିରେ ଗାଡି ଚଳାଇ ପଳାଇ ଯାଇଥିଲା। ଅବକାରୀ ବିଭାଗ କର୍ମଚାରୀ ଗାଡିଟିକୁ ପିଛା କରି ଆମ୍ବୁଲାନ୍ସକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଆମ୍ବୁଲାନ୍ସ ଭିତରୁ ୬୦ଲିଟର ମଦ ଜବତ ହୋଇଥିଲା। ପରେ ଆମ୍ବୁଲାନ୍ସ ଡ୍ରାଇଭର ଯାଦବ ହରିଜନ ଓ ମଦ ମାଫିଆ ନୀଳାମ୍ବର ହରିଜନଙ୍କୁ ଗିରଫ କରାଯାଇଥିଲା।
ଆମ୍ବୁଲାନ୍ସରେ ମଦ ଚାଲାଣ, ୨ଗିରଫ
/sambad/media/post_attachments/wp-content/uploads/2017/12/ambulance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)