ଭୁବନେଶ୍ୱର : ଲକ୍ଡାଉନ ସମୟରେ ଅନ୍ଲାଇନରେ ବୁକିଂ କଲେ ଘରେ ପହଞ୍ଚିବ ମଦ। ଉଭୟ ଅଫ୍, ଅନ୍, ସିଏଲ୍ ଦୋକାନୀ ହୋମ୍ ଡେଲିଭରି ଦେଇପାରିବେ। ଖାଦ୍ୟ ଯୋଗାଣକାରୀ ସଂସ୍ଥା ମଧ୍ୟ ହୋମ୍ ଡେଲିଭରି ଦେଇପାରିବେ। ଏନେଇ ଅବକାରୀ ସଚିବ ଅବକାରୀ କମିସନରଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲାପାଳମାନେ ଯଦି ଉଚିତ୍ ମନେକରନ୍ତି, ତା’ହେଲେ ନିଜ ନିଜ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ସଂସ୍ଥାମାନଙ୍କ ଦ୍ୱାରା ଅନ୍ଲାଇନରେ ହୋମ ଡେଲିଭରି କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।
ଗତବର୍ଷ ଲାକ୍ଡାଉନ ସମୟରେ ବି ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଥିଲେ। ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ଏହି ଦାୟିତ୍ୱ ନେଇଥିଲା। ସ୍ୱିଗି, ଜୋମାଟୋ ସମେତ ୭ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଓ ମଦ ବ୍ୟବସାୟୀ ମଧ୍ୟ ନିଜ ନିଜ କର୍ମଚାରୀଙ୍କ ଦ୍ବାରା ଗ୍ରାହକଙ୍କ ଚାହିଦା ଅନୁଯାୟୀ ମଦ ଯୋଗାଇଦେଇଥିଲେ। ତେବେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନଥିଲା। ତାହାକୁ ନଜରରେ ରଖି ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଏହିଭଳି ପରାମର୍ଶ ଦେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Home-delivery-liquor-fff.jpg)
