ରାଉରକେଲା: ରାଉରକେଲା ଅବକାରୀ ବିଭାଗକୁ ଆଜି ପୁଣି ବଡ଼ଧରଣର ସଫଳତା ମିଳିଛି। ବ୍ରାହ୍ମଣୀତରଙ୍ଗ ଓ ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଭିନ୍ନ ଗାଁରେ ଚଢ଼ଉ କରି ପ୍ରାୟ ୫ ଶହ ଲିଟର ଦେଶୀ ମଦ ଜବତ ହୋଇଛି। ଏହାସହ ଜବତ ୧୫ ହଜାର କେଜି ମହୁଲ ପୋଚକୁ ନଷ୍ଟ କରିଦିଆଯାଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି।
ଆଜି ପୂର୍ବାହ୍ନରେ ରାଉରକେଲା ଅବକାରୀ ପୁଲିସ ଓ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଟଙ୍କଟୋଲି, କରିଛାପଲ, ଚୁଟିଆ, ଅଙ୍କୁରପାଲୀ ଆଦି ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇଥିଲା। ତେବେ ଚଢ଼ଉ ସୂଚନା ପାଇ ଅଭିଯୁକ୍ତମାନେ ମହୁଲ ପୋଚ, ରନ୍ଧା ସାମଗ୍ରୀ ଛାଡ଼ି ଫେରାର ହୋଇଯାଇଥିଲେ। ରନ୍ଧାଶାଳରୁ ବହୁ ପରିମାଣର ମହୁଲ ପୋଚ ଜବତ କରାଯାଇଛି। ଚଢ଼ଉବେଳେ ଡିଏସ୍ଇ ବିପ୍ର ଚରଣ ମଣ୍ଡଳ, ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକ, ଅବକାରୀ ଗୁଇନ୍ଦା ବିଭାଗର ଇନ୍ସପେକ୍ଟର ଶଶୀକାନ୍ତ ଦତ୍ତ, ଏସ୍ଆଇ ଶ୍ରୀଧର ମହାନ୍ତି, ମାନସ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/f37620fa-cd0f-4d9e-a960-1b9deb17f377.jpg)