କନ୍ଧମାଳରେ ପହିଲିି ଶୀତ

ଫୁଲବାଣୀ : କନ୍ଧମାଳରେ  ଛୁଇଁଛି ପହିଲି ଶୀତର ସ୍ପର୍ଶ। ପ୍ରତିବର୍ଷ ଦୀପାବଳିଠାରୁ ଏଠାରେ ଶୀତ ପ୍ରଭାବ ଅନୁଭୂତ ହେଉଥିବା ବେଳେ ଏଥର ସାମାନ୍ୟ ବିଳମ୍ବରେ ଶୀତ ଆସିଛି । ଦୀପାବଳୀ ପୁର୍ବରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ  ବାୟୁମଣ୍ଡଳରେ ମେଘର ପ୍ରଭାବ ଲାଗିି ରହିଥିବାରୁ ଏଥର ଶୀତ ଆସିବାରେ ବିଳମ୍ବ ପରିଲକ୍ଷିତ ହୋଇଛି । ତେବେ ପହିଲି ଜାଡ଼ ଫୁଲବାଣୀ ସହର ସମେତ କନ୍ଧମାଳ ଜିଲ୍ଲାକୁ କବଳିତ କରିସାରିଛି।  ସହରରେ ପାରଦ ଆଜି ୧୪.୭ ଡିଗ୍ରୀକୁ ଖସିଛି । ଦୁଇତିନି ଦିନ ପୂର୍ବରୁ ସହରରର ସର୍ବନିମ୍ନ ତାପମାତ୍ରା ୧୭ରୁ ୧୮ ଡିଗ୍ରୀ  ରହିଥିବା ବେଳେ ଏହା ଆଜି ହ୍ରାସ ପାଇଛି ।

ବର୍ଷା ଛାଡି ଯାଇଥିବାରୁ ଦିନେ ଓ ଦୁଇ ଦିନ ମଧ୍ୟରେ ଶୀତର ପ୍ରଭାବ ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସକାଳ ୮ଟା ପର୍ଯ୍ୟନ୍ତ ଏବେ ଗାଁରୁ ସହର ଘନ କୁହୁଡ ଲାଗି ରହୁଛି। ପୁଣି ସଂଧ୍ୟାରୁ କୁହୁଡିର ଆସ୍ତରଣ  ଜମିିଯାଉଛି। କୁହୁଡ଼ି ଯୋଗୁଁ ରାସ୍ତାରେ ଯାନବାହାନ ଚଳାଚଳରେ ସାମାନ୍ୟ ବାଧା ସୃଷ୍ଟି ହେଉଛି। ଶୀତ ପଡିଥିବାରୁ ସହରରେ ଏବେ ଶୀତବସ୍ତ୍ରର ପସରା ମଧ୍ୟ ଆରମ୍ଭ ହୋଇଛି । ତେବେ ଅନ୍ୟପଟେ କନ୍ଧମାଳରେ ଶୀତର ମଜା ଉଠାଇବାକୁ ସମସ୍ତେ ସଜାଗ ରହିଥାନ୍ତିି। ଦେଶ ଓ ବିଦେଶରୁ ପର୍ଯ୍ୟଟକ ଶୀତର ମଜା ଉଠାଇବା ନିମନ୍ତେ କନ୍ଧମାଳକୁ ଦୌଡି ଆସିଥାନ୍ତି। ବିଳମ୍ବରେ ଶୀତ ଆସିବା ଯୋଗୁଁ କନ୍ଧମାଳକୁ  ଏବେ ପର୍ଯ୍ୟଟକ ଆସିବା ହୋଇପାରି ନାହିଁ। ବିଶେଷତଃ ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ  ଏବେ ପର୍ଯ୍ୟଟକ ଆସିନଥିବା ବେଳେ ପହିଲି ଶୀତ ପରେ ସେମାନଙ୍କ ସଂଖ୍ୟା ବଢିବା ନେଇ ଆଶା କରାଯାଉଛି।

ସମ୍ବନ୍ଧିତ ଖବର