କେନ୍ଦୁଝରକୁ ଛୁଇଁଲା ଶୀତ: ପାରଦ ୧୭ ଡିଗ୍ରି ତଳେ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାକୁ ଶୀତ ଛୁଇଁଛି। ପାରଦ ଏବେ ୧୭ ଡିଗ୍ରି ସେଲସିଅସ ତଳେ। କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର ଖଣ୍ଡାଧାର, କାଞ୍ଜିପାଣି ଭଳି ଆଭନ୍ତରୀଣ ଅଂଚଳରେ ଏହି ଶୀତର ପ୍ରକୋପ ବଢ଼ିବାରେ ଲାଗିଛି।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୧୮ ତାରିଖରେ କେନ୍ଦୁଝରର ସର୍ବାଧିକ ତାପମାତ୍ରା ୩୦.୧ ଡିଗ୍ରି ଥିବା ବେଳେ ସର୍ବନିମ୍ନ ତାପମାତ୍ର ୨୨ ଡିଗ୍ରି ଥିଲା। ସେହିପରି ୧୯ ତାରିଖରେ ସର୍ବାଧିକ ତାପମାତ୍ରା ୩୦.୬ ଡିଗ୍ରି ଥିବା ବେଳେ ସର୍ବନିମ୍ନ ତାପମାତ୍ର ୨୩ ଡିଗ୍ରି ସେଲସିଅସ ଥିଲା। ୨୦ ତାରିଖରେ ସର୍ବାଧିକ ତାପମାତ୍ରା ୨୯.୧ ଡିଗ୍ରି ଥିବା ବେଳେ ସର୍ବନିମ୍ନ ତାପମାତ୍ର ୨୨.୬ ଡିଗ୍ରି ଥିଲା। ୨୧ ତାରିଖରେ ସର୍ବାଧିକ ତାପମାତ୍ରା ୩୧.୩ ଡିଗ୍ରି ଥିବା ବେଳେ ସର୍ବନିମ୍ନ ତାପମାତ୍ର ୨୦ ଡିଗ୍ରି ଥିଲା। ସେହିପରି ୨୨ ତାରିଖରେ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରି ଥିବା ବେଳେ ସର୍ବନିମ୍ନ ତାପମାତ୍ର ୧୭.୬ ଡିଗ୍ରି ଥିଲା। ୨୩ ତାରିଖରେ କେନ୍ଦୁଝର ଜିଲ୍ଲାର ସର୍ବାଧିକ ତାପମାତ୍ରା ୩୦.୮ ଡିଗ୍ରି ଥିବା ବେଳେ ସର୍ବନିମ୍ନ ତାପମାତ୍ର ୧୮ ଡିଗ୍ରି ଥିଲା। ସେହିପରି ୨୪ ତାରିଖରେ ସର୍ବାଧିକ ତାପମାତ୍ରା ୩୦.୬ ଡିଗ୍ରି ଥିବା ବେଳେ ସର୍ବନିମ୍ନ ତାପମାତ୍ର ୧୬.୮ ଡିଗ୍ରି ଥିଲା। ସେହିପରି ୨୫ ତାରିଖରେ ସର୍ବନିମ୍ନ ତାପମାତ୍ର ୧୭.୪ ଡିଗ୍ରି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର