୩ ଡିଗ୍ରିରେ ଥରୁଛି ଜି. ଉଦୟଗିରି

ଭୁବନେଶ୍ବର : ଉତ୍ତର ତଥା ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ଘଣ୍ଟା ଶୀତ ଲହରି ପ୍ରବାହିତ ହେବ। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରି ପ୍ରବାହ ହେତୁ ପ୍ରବଳ ଥଣ୍ଡା ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଉତ୍ତରା ପ୍ରବନ ଯୋଗୁଁ ଗତରାତିରେ ରାଜ୍ୟର ତାପମାତ୍ରା ଖସିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠା‌ରେ ୩ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଫୁଲବାଣୀଠାରେ ୫.୫ଡିଗ୍ରି, କଟକଠାରେ ୧୪.୪ ଡିଗ୍ରି ଓ ଭୁବନେଶ୍ବରଠାରେ ୧୪.୬ ଡିଗ୍ରି ରେକର୍ଡ ହୋଇଯାଇଛି। ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଖରାର ତୀବ୍ରତା ମଧ୍ୟ ଅଧିକ ରହିଛି। ଦିନରେ ଆକାଶ ନିର୍ମଳ ରହୁଥିବାରୁ ଖରା ଟାଣ ରହୁଛି। ରବିବାରଠାରୁ ରାଜ୍ୟରେ ଶୀତ ଲହରି ପ୍ରବାହିତ ହେବ ନାହିଁ। କିନ୍ତୁ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଦିନରେ ଖରା ଜାରି ରହିବ।

ସମ୍ବନ୍ଧିତ ଖବର