କାଶୀପୁରରେ ବଢୁଛି ଶୀତ

ଟିିକିରି : କାଶୀପୁର ବ୍ଲକରେ ଗତ କିଛି ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ସଂଧ୍ୟା ହେବା ମାତ୍ରେ ବିନା ଶୀତବସ୍ତ୍ରରେ ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ଶୀତ ଯୋଗୁଁ ସଂଧ୍ୟା ହେବା ମାତ୍ରେ ଦୋକାନବଜାର, ରାସ୍ତାଘାଟ ଶୁନଶାନ ହୋଇଯାଉଛି। ବିଭିନ୍ନ ଗ୍ରାମରେ ଲୋକେ ଶୀତ ଦାଉରୁ ରକ୍ଷା ପାଇବା ନିଆଁ ଜାଳି ଚାରିପଟେ ବସି ରହୁଥିବା ଦେଖିବାକୁ ମିଳିଛି। ବୃଦ୍ଧବୃଦ୍ଧା ମାନେ ନିଆଁ ଉମ୍ବେଇ ଧରି ଘରେ ବସି ରହୁଛନ୍ତି। ଶୀତ ଯୋଗୁଁ ବିଶେଷ କରି ବୃଦ୍ଧବୃଦ୍ଧା ହଇରାଣ ହେଉଛନ୍ତି। ଗରିବ ବୃଦ୍ଧବୃଦ୍ଧାଙ୍କୁ ସରକାରଙ୍କ ପକ୍ଷରୁ ଶୀତବସ୍ତ୍ର ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର