୨୦ରୁ ବିଧାନସଭାର ଶୀତ ଅଧିବେଶନ, ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍

ଭୁବନେଶ୍ବର : ଆସନ୍ତା ନଭେମ୍ବର ୨୦ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ।

ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ବର୍ଷ ୨୦୨୦-୨୧ ପାଇଁ  ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ । ନଭେମ୍ବର ୩୦ ରାସ ପୂର୍ଣ୍ଣିମା (କାର୍ତ୍ତିକ ପୂର୍ଣ୍ଣିମା) ଓ ଡିସେମ୍ବର ୨୫ ବଡ଼ଦିନ ପାଇଁ ବିଧାନସଭା ବନ୍ଦ ରହିବ ।

ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ । ଏହି ଅତିରିକ୍ତ ବଜେଟ ପରେ ରାଜ୍ୟ ବଜେଟର ଆକାର ୧ ଲକ୍ଷ ୪୭ ହଜାର କୋଟିକୁ ବୃଦ୍ଧି ପାଇଥିଲା ।

ଗତ ଫେବ୍ରୁଆରି ମାସରେ ରାଜ୍ୟ ସରକାର ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ । ଫଳରେ ଆଗାମୀ ଅତିରିକ୍ତ ବଜେଟ ପରେ ବଜେଟର ଆକାର ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର