ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଚଳିତ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।

Advertisment

ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍‌ ୩୩ଟି କାର୍ଯ୍ୟ ଦିବସ ରହିବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ବିଧାନସଭା ପରିଚାଳନା ପାଇଁ ବାଚସ୍ପତି ଖୁବ୍‌ଶୀଘ୍ର ସର୍ବଦଳୀୟ ବୈଠକ ଡକାଇ ପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।