ହାଇକୋର୍ଟରେ ଶୀତ ଅବକାଶ

କଟକ : ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଜାନୁଆରି ୨ରେ କୋର୍ଟ ଖୋଲିବ । ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଅବକାଶ ସମୟରେ ଦାୟିତ୍ଵରେ ରହିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ନୋଟିସ୍‌ରୁ ଜଣାଯାଇଛି। ଅବକାଶ ସମୟରେ ଡିସେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟଦିବସ ଗୁଡିକରେ ଦିନ ୧୧ ଟାରୁ ୧୨ଟା ମଧ୍ୟରେ ମାମଲା ପଞ୍ଜୀକରଣ ପାଇଁ ଗ୍ରହଣ କରାଯିବ । କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୩ଟା ହାଇକୋର୍ଟ କାର୍ଯ୍ୟାଳୟ ଖୋଲା ରହିବ।

ସମ୍ବନ୍ଧିତ ଖବର