ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଓ ସୂଚନା

ଓଡ଼ିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ମେ’ ୨୧ ତାରିଖ ମଙ୍ଗଳବାର ଦିନ ପ୍ରକାଶ ପାଇବାକୁ ଯାଉଛି। ସମସ୍ତ ପରୀକ୍ଷାର୍ଥୀଙ୍କୁ ‘ସମ୍ବାଦ’ ପକ୍ଷରୁ ଆଗୁଆ ଶୁଭକାମନା।

ସାରା ରାଜ୍ୟର କୃତୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର ପରମ୍ପରା ‘ସମ୍ବାଦ’ ପରିବାର ଅନେକ ବର୍ଷ ତଳୁ ଆରମ୍ଭ କରିଛି। କୃତୀ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ‘ସମ୍ବାଦ’ ପକ୍ଷରୁ ଏହି କାର୍ଯ୍ୟକ୍ରମ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଆସୁଛି। ଚଳିତବର୍ଷ ମଧ୍ୟ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ‘ଏ-୧’ ଗ୍ରେଡ୍‌ରେ ପାସ୍ କରିଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ସ୍କୁଲ୍‌ର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା ଫଳ ପ୍ରକାଶନର ଅଳ୍ପ ଦିନ ବ୍ୟବଧାନରେ (ନିମ୍ନ ପ୍ରଦତ୍ତ ସାରଣୀ ମତେ) ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ। ଏ କ୍ଷେତ୍ରରେ ପରୀକ୍ଷାର୍ଥୀ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ପରୀକ୍ଷା ଫଳ ଜାଣିବା ପରେ ‘ଏ-୧’ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଅଥବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ସେମାନଙ୍କ ପରୀକ୍ଷା ଫଳ ସମ୍ପର୍କରେ ସୂଚନା ଦେବା ପାଇଁ ‘ସମ୍ବାଦ’ ଜିଲ୍ଲା କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ। ଯୋଗାଯୋଗ ସମ୍ପର୍କିତ ଜିଲ୍ଲାୱାରୀ ଟେଲିଫୋନ୍‌ ନମ୍ବର ଗୁଡ଼ିକ ଆସନ୍ତାକାଲି ‘ସମ୍ବାଦ’ରେ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର