ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାରେ ପାଳିତ ହେଉଛି ସମ୍ବଲପୁରୀ ଦିନ୍। ଅଗଷ୍ଟ ୧ ତାରିଖରେ ପାଳିତ ହୁଏ ଏହି ଦିନ। କୋଶଳୀ ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ।
ଆଚି ସମଗ୍ର ପଶ୍ଚିମ ଓଡ଼ିଶାରେ ଲୋକେ ସମ୍ବଲପୁରୀ ପୋଷାକ ପିନ୍ଧି ବିଭିନ୍ନ ସ୍ଥାନରେ ନାଚ ଗୀତର ଆସର ଜମଇେଥିବାର ଦେଖିବାକୁ ମିଳିଛି। ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ। ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି। ସମ୍ବଲପୁରୀ ଭାଷାର ସଂସ୍କୃତିର ପ୍ରଚାର ହିଁ ଏହାର ଏକମାତ୍ର ଲକ୍ଷ୍ୟ।

Advertisment

ଏଣେ ସମ୍ବଲପୁରୀ ଦିନ୍ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ଟୁଇଟରରେ ଲେଖିଛନ୍ତି, ସମ୍ବଲପୁରୀ ଦିନ୍ ଉଧେ ସମସ୍ତଙ୍କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା। ଇଥିର୍ ଉଧେ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମୋର ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ଜନଉଛେଁ। ସମକିରର୍ ହାତ୍ ଲାଗିକରି ପଶ୍ଚିମ୍ ଓଡ଼ିଶା ତଥା ଓଡ଼ିଶାର୍ ବିକାଶ୍ କେ ଗୁଟେ ନୂଆ ଦିଗ୍ ମିଲୁ। ଜୟ ମା' ସମଲେଇ।

ଠିକ୍ ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇ ନିଜ ଟୁଇଟରରେ ଲେଖିଛନ୍ତି, “ସମ୍ବଲପୁରୀ ଦିନ୍‌”ର ସନ୍ଦେଶ୍ ହେଉଛେ ସମ୍ବଲପୁର୍ ଅଂଚଲ୍‌ର ଉଚ୍ଚାଦର୍ଜାର୍ ସଂସ୍କୃତିକେ ଆଧାର୍ କରି ଭାଇଚାରା ବଢାମା । ଇ ଅବସର୍‌ଥି ସବୁ ମାଁ-ବୁହେନ୍ ଆଉ ଦାଦା-ଭାଏ ମାନ୍‌କୁଁ ମୋର୍ ଶୁଭେଚ୍ଛା ଜନଉଛେଁ। ସମ୍ବଲପୁରୀ ସାହିତ୍ୟର ପ୍ରଖ୍ୟାତ ସାଧକ ସ୍ଵର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।