ବିନା ମାସ୍କରେ ନନ୍ଦନକାନନ ବୁଲୁଛନ୍ତି ହଜାର ହଜାର ପର୍ଯ୍ୟଟକ, ଜାନୁଆରୀ ୭ରୁ କେବଳ ଅନ୍‌ଲାଇନ୍‌ରେ ମିଳିବ ପ୍ରବେଶ ଟିକେଟ

ବାରଙ୍ଗ: ରାଜଧାନୀ ଭୁବନେଶ୍ବରର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ’ରେ ପର୍ଯ୍ୟଟକଙ୍କ ଅଣାୟତ ହେଉଛି ଭିଡ଼। କୋଭିଡ ସଂକ୍ରମର ବଢ଼ିବା କାରଣରୁ ଭୁବନେଶ୍ବର ମହାନଗର ନିଗମ ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଥିବା ବେଳେ ନନ୍ଦନକାନନରେ ପର୍ଯ୍ୟଟକମାନେ କଟକଣା ମାନୁନାହାନ୍ତି। ବିନା ମାସ୍କ ଓ ସାମାଜିକ ଦୂରତା ରକ୍ଷା ନକରି ପର୍ଯ୍ୟଟକମାନେ ବୁଲୁଛନ୍ତି। ଯଦିଓ କିଛି ପର୍ଯ୍ୟଟକ ମାନେ ସତକର୍ତତା ଅବଲମ୍ବନ କରୁଛନ୍ତି। କିନ୍ତୁ ପ୍ରାଣୀ ଉଦ୍ୟାନକୁ ବୁଲି ଆସୁଥିବା ଧିକାଂଶ ପର୍ଯ୍ୟଟକଙ୍କ ମୁହଁରେ ମାସ୍କ ରହୁ ନାହିଁ । ସାମାଜିକ ଦୂରତା ମଧ୍ୟ ରହିପାରୁ ନାହିଁ। ସେଥିଲାଗି ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବୁଲି ଆସୁଥିବା ଚହୁଁଥିବା ପର୍ଯ୍ୟଟକଙ୍କ ଲାଗି କର୍ତ୍ତୁପକ୍ଷ କଟକଣା ଜାରି କରିଛନ୍ତି।

ସୂଚନାଯୋଗ୍ୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଜାନୁଆରି ୭ ତାରିଖ ଠାରୁ ନୂଆ ନିୟମ ଲାଗୁ ହେବ। ଏଠାକୁ ବୁଲି ଆସିବାକୁ ହେଲେ ନନ୍ଦନକାନନର ୱେବସାଇ୍‌ଟ୍‌ www.nandankanan.orgକୁ ଯାଇ ଅନଲାଇନ୍‌ ଟିକେଟ ବୁକ୍‌ କରିବାକୁ ପଡିବ। ସମସ୍ତଙ୍କ ପାଇଁ ମାସ୍କ ପରିଧାନ ଅପରିହାର୍ଯ୍ୟ ମଧ୍ୟ କରାଯାଇଛି। ସେହିପରି ପର୍ଯ୍ୟଟକ ଯଥା ସମ୍ଭବ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

ଆଜି ନନ୍ଦନକାନନରେ ମୋଟ ୮୪୪୯ ଜଣ ପର୍ଯ୍ୟଟକ ବୁଲିଛନ୍ତି। ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଭିଡ କମ୍‌ ରହୁଛି। ଗତମାସ ୩୦ ତାରିଖ ଠାରୁ ଉଦ୍ଭିଦ ଉଦ୍ୟାନରେ ଭୋଜିଭାତ ବନ୍ଦ କରିଦିଆଯାଇଛି।

ସମ୍ବନ୍ଧିତ ଖବର