ଭୁବନେଶ୍ୱର : ଅଖିଳ ଭାରତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ମହାସଂଘର ଜାତୀୟ କାର୍ଯ୍ୟକାରିଣୀ କମିଟିର ଏକ ବୈଠକ ଗତ ୨୨ ତାରିଖ ଦିନ ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜାତୀୟ ଶିକ୍ଷାନୀତି-୨୦୨୦କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି।
ଏ ନେଇ ଆସନ୍ତା ୫ ତାରିଖ ଅନ୍ତର୍ଜାତୀୟ ଶିକ୍ଷକ ଦିବସ ଅବସରରେ ଦେଶବ୍ୟାପୀ ବିକ୍ଷୋଭ, ଭର୍ଚୁଆଲ ଶୋଭାଯାତ୍ରା, ଦାବିପତ୍ର ପ୍ରଦାନ ଏବଂ ସାମାଜିକ ଗଣମାଧ୍ୟମରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ଜେଏଫଏମ୍ଇର ସମସ୍ତ ସଂଶ୍ଳିଷ୍ଟ ସଂଗଠନମାନଙ୍କ ସହଯୋଗରେ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଜାତୀୟ କାର୍ଯ୍ୟକାରିଣୀରେ ଓଡ଼ିଶା ବିଶ୍ବବିଦ୍ୟାଳୟର ଆଇନ ସଂଶୋଧନ ଅର୍ଡିନାନ୍ସ ସାମଗ୍ରିକ ଭାବେ ବିଶ୍ବବିଦ୍ୟାଳୟମାନଙ୍କରେ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଶୈକ୍ଷିକ ସ୍ବତନ୍ତ୍ରତାକୁ ବିରୁଦ୍ଧାଚରଣ କରୁଥିବାରୁ ଏହି ସଂଶୋଧନକୁ ବିରୋଧ କରାଯାଇ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା। ଏ ସମ୍ପର୍କରେ କେନ୍ଦ୍ର ସରକାର, ୟୁଜିସି ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ମହାସଂଘର ଉପସଭାପତି ପ୍ରଫେସର ଉମାକାନ୍ତ ପାତ୍ର ଏବଂ ଜେଏଫ୍ଏମ୍ଇର ଜାତୀୟ ଆବାହକ ଡ. ଅମିୟ କୁମାର ମହାନ୍ତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/New-Education-Policy-2020.jpg)