ଗୋଟିଏ ଧାଡ଼ିରେ ସବୁ ନିଲମ୍ବନ ପ୍ରତ୍ୟାହାର

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥିପତ୍ର ଦାଖଲ ହେବାକୁ ଥିବାବେଳେ ବିଜେପି ପକ୍ଷରୁ ରବିବାର ଏକ ଆଶ୍ଚର୍ଯ୍ୟ କଲା ଭଳି ନିଷ୍ପତ୍ତି ନିଆଯାଇଛି। ଏକ ପ୍ରେସ୍‌ ରିଲିଜ୍‌ରେ ସୂଚନା ଦିଆଯାଇଛି ଯେ,୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ ସମୟରେ ନିଲମ୍ବିତ ହୋଇଥିବା ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କର ନିଲମ୍ବନକୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପ୍ରତ୍ୟାହାର କରାଗଲା।

ବିଜେପିର ଏହି ନ‌ିଷ୍ପତ୍ତି ପରେ ଚର୍ଚ୍ଚା ହେଉଛି ଯେ, ଯେଉଁମାନଙ୍କୁ ବିଜେପି ଦଳ ବିରୋଧୀ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଅଭିଯୋଗରେ ନିଲମ୍ବିତ କରିଥିଲା ଏମିତି କ’ଣ ଆବଶ୍ୟକ ପଡ଼ିଲା ଯେ ଗୋଟିଏ ଧାଡ଼ିରେ ଦଳରୁ ବିଦା ହୋଇଥିବା ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଗଲା। ବିଜେପିର ତୃଣମୂଳ ସ୍ତରରେ ନେତା ଅଭାବ ପଡ଼ିଲେ ନା ସଂଗଠନକୁ ଅଧିକ ମଜଭୁତ୍ କରିବା ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର