ପୁରୁଷୋତ୍ତମ ଏକ୍ସପ୍ରେସ୍‌ରୁ ପ୍ୟାଣ୍ଟ୍ରି ସେବା ପ୍ରତ୍ୟାହାର

ଭୁବନେଶ୍ବର : କରୋନା ଦ୍ବିତୀୟ ଲହରକୁ ନଜରରେ ରଖି ପୁରୀ-ନୂଆଦିଲ୍ଲୀ-ପୁରୀ ପୁ‌ରୁଷୋତ୍ତମ ସ୍ବତନ୍ତ୍ର ଏକ୍ସପ୍ରେସ୍‌(୦୨୮୦୧/୦୨୮୦୨)ରୁ ପ୍ୟାଣ୍ଟ୍ରି କାର ସେବାକୁ ପ୍ରତ୍ୟାହାର କରାଯାଇଛି। ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ‌ରହିବ। ଆଜି ପୁରୀରୁ ଛାଡ଼ିଥିବା ଓ ଏପ୍ରିଲ ୩୦ରୁ ନୂଆଦିଲ୍ଲୀରୁ ଛାଡ଼ିବାକୁ ଥିବା ଏହି ଟ୍ରେନ୍‌ରୁ ସେବାକୁ ପ୍ରତ୍ୟାହାର କରାଯାଇଛି। ତେଣୁ ଯାତ୍ରୀମାନେ ନିଜସ୍ବ ଖାଦ୍ୟ ବ୍ୟବସ୍ଥା କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର