ଭୁବନେଶ୍ୱର: ରାଜ୍ୟର ପାଗ ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ଅନୁକୂଳ ରହିଥିବାରୁ ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଗତ ୨୬ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଏବଂ ଆସନ୍ତାକାଲି, (୨୮ ଅକ୍ଟୋବର, ୨୦୨୦) ସୁଦ୍ଧା ଦକ୍ଷିଣ- ପଶ୍ଚିମ ମୌସୁମୀ ରାଜ୍ୟରୁ ସଂପୂର୍ଣ୍ଣ ରୂପେ ପ୍ରତ୍ୟାବର୍ତ୍ତନ କରିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି। ତେବେ, ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ଠାରୁ ୧୦ ଦିନ ବିଳମ୍ବରେ ରାଜ୍ୟରୁ ଫେରୁଛି ମୌସୁମୀ।
Seasonal (Post Monsoon) district average cumulative #rainfall along with #percentage departure from normal (mentioned within bracket) (till today, #27thOctober 2020) over the districts of Odisha. Color represents the category in which the percentage in departure falls. pic.twitter.com/94q6eNgNC1
— Meteorological Centre, Bhubaneswar (@mcbbsr) October 27, 2020
ମୌସୁମୀର ପ୍ରତ୍ୟାବର୍ତ୍ତନ ପରେ ରାଜ୍ୟର ଜିଲ୍ଲାଗୁଡ଼ିକରେ ଆକାଶ ନିର୍ମେଘ ରହିବା ସହ ପାଗ ମଧ୍ୟ ଖରାଟିଆ ଓ ଶୁଖିଲା ରହିବ। ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ।
ଏହି ସମୟ ମଧ୍ୟରେ ଦିନର ତାପମାତ୍ରା ବଢ଼ିବା ସହ ରାତିର ତାପମାତ୍ରା କମିବ। ଦିନର ସର୍ବନିମ୍ନ ତାପମାତ୍ରା ୩୧ ଡିଗ୍ରି ଏବଂ ରାତିର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ରହିବ ବୋଲି ଜାରି ଇସ୍ତାହାରରେ କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।