ଦେବଗଡ଼: ପୁଲିସର ଗୋଟିଏ ଗୁରୁଦାୟିତ୍ଵ ହେଉଛି ନିଖୋଜ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା। ଆଜିକାଲି କମ୍ ବୟସର ପିଲାମାନେ ଘରୁ ପଳାଉଛନ୍ତି। କେତେବେଳେ ତାଙ୍କୁ ଅପହରଣ କରାଯାଉଛି ତ କେତେବେଳେ ତାଙ୍କର ବିବାହ ଯୋଗ୍ୟ ବୟସ ହୋଇ ନଥିଲେ ଘରୁ ଛାଡ଼ି ପଳାଉଛନ୍ତି। ସେମାନଙ୍କ ବାପା, ମା ଓ ସମ୍ପର୍କୀୟଙ୍କ ରିପୋର୍ଟ ଆଧାରରେ ଥାନାମାନଙ୍କରେ ନିଖୋଜ କିମ୍ବା ଅପହରଣ ମାମଲା ରୁଜୁ କରାଯାଉଛି। ଏଥିପାଇଁ ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି।
ଏହି କ୍ରମରେ ଗତ ୩ ମାସ ମଧ୍ୟରେ (୧୫.୮.୨୦୨୨ରୁ ଆଜି ପର୍ଯ୍ୟନ୍ତ) ୧୯ ଜଣ ନାବାଳିକା, ୪ ଜଣ ନାବାଳକ, ୩୮ ଜଣ ପୁରୁଷ ଓ ୧୬୨ ଜଣ ମହିଳାଙ୍କୁ ଉଦ୍ଧାର କରିବାରେ ପୁଲିସ୍ ସକ୍ଷମ ହୋଇଛି। ଉଦ୍ଧାର ହୋଇଥିବା ଲୋକଙ୍କୁ କିଛି ଜିଲ୍ଲା ଭିତରୁ, କିଛି ବାହାର ଜିଲ୍ଲାରୁ ଓ ରାଜ୍ୟ ବାହାରୁ ଯଥା ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଚେନ୍ନାଇ, ଝାରଖଣ୍ଡ ଓ ଛତିଶଗଡ଼ରୁ ଉଦ୍ଧାର କରାଯାଇଥିବା ଶନିବାର ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ଏସ୍ପି ପ୍ରମୋଦ ରଥ ସୂଚନା ଦେଇଛନ୍ତି। ଜିଲ୍ଲା ପାଇଁ ଏହା ଖୁସି ବିଷୟ ଯେ ଆଜି ଦିନରେ ଜିଲ୍ଲାରେ କୌଣସି ନାବାଳିକା ନିଖୋଜ ନାହାନ୍ତି। ପୁଲିସ୍ ପକ୍ଷରୁ ସମସ୍ତ ନାବାଳିକାଙ୍କୁ ଉଦ୍ଧାର କରି ସେମାଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି। ପିଲାଙ୍କୁ ସଚେତନ କରାନ୍ତୁ ଓ ବିବାହ ଉପଯୋଗୀ ବୟସ ପୂର୍ବରୁ ସେମାନେ ଯେମିତି ଏପରି କୌଣସି ପଦକ୍ଷେପ ନ ନିଅନ୍ତୁ ଯାହା ଦ୍ବାରା ଆଇନ ଜାଲରେ ଛନ୍ଦି ହୋଇଯିବେ ସେ ବାବଦରେ ଦେବଗଡ ପୁଲିସ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/19-17.jpg)