ସମ୍ବଲପୁର: ମାତ୍ର ୪ ମିନିଟରେ ଦୁର୍ଘଟଣା । ଟ୍ରେନ୍ ଛାଡିବାର ୪ ମିନିଟରେ ଟ୍ରାକରୁ ଖସିଲା ଟ୍ରେନ୍ । ଦୁର୍ଘଟଣାଗ୍ରସ୍ତ ହେଲା ଶାଲିମାର ଏକ୍ସପ୍ରେସ । ଟ୍ରେନ ନମ୍ବର- ୨୦୮୩୧ ମହିମା ଗୋସାଇଁ ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଷ୍ଟେସନ ଛାଡିବାର ମାତ୍ର ୪ ମିନିଟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏକ ବିରାଟ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି ଏକ୍ସପ୍ରେସ୍ ।
/filters:format(webp)/sambad/media/media_files/2025/07/24/b-2025-07-24-12-16-53.jpeg)
ଶାସିମାର-ସମ୍ବଲପୁର ଏକ୍ସପ୍ରେସ୍ ସମ୍ବଲପୁର ସିଟି ଷ୍ଟେସନରୁ ସକାଳ ୯ଟା ୧୮ରେ ଛାଡିଥିବା ବେଳେ ଅତି ଧୀର ଗତିରେ ଟ୍ରେନଟି ଯାଉଥିଲା । କ୍ଷେତ୍ରାଜପୁରରେ ଥିବା ସମ୍ବଲପୁର ଜଙ୍କସନ ଅଭିମୁଖେ ଶାଲିମାର ଏକ୍ସପ୍ରେସ ଯାଉଥିବା ବେଳେ ଟ୍ରେନ ଛାଡିବାର ୪ ମିନିଟରେ ଅର୍ଥାତ ୯ଟା ୨୨ରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ ବଗି ଟ୍ରାକରୁ ଖସି ଯିବା ପରେ ଯାତ୍ରୀ ଭୟଭୀତ ହୋଇ ଅନ୍ୟ ବଗିକୁ ଧାଇଁ ଯାଇଥିଲେ । ପରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଛାଡି ବାକି ବଗି ସମ୍ବଲପୁର ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲା । ତେବେ ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନି ।
/filters:format(webp)/sambad/media/media_files/2025/07/24/t-2025-07-24-11-40-46.jpeg)
ସେପଟେ ବର୍ତ୍ତମାନ ଲାଇନ୍ ଚ୍ୟୁତ ବଗିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଟ୍ରାକ ସଫା କାମ ଚାଲୁ ରହିଥିବା ବେଳେ ବଗିକୁ ଟ୍ରାକ ଉପରକୁ ଉଠାଇବା କାମ ଜାରି ରହିଛି । ଉକ୍ତ ରୁଟରେ ଆସୁଥିବା ଟ୍ରେନକୁ ସବୁ ରୋକା ଯାଇଛି । ଖୁବଶୀଘ୍ର ଲାଇନ୍ କ୍ଲିୟର ହେଲେ ଉକ୍ତ ଟ୍ରାକରେ ପୁଣି ଗଡିବ ଟ୍ରେନ୍ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/24/4-min-2025-07-24-12-16-40.jpg)