ଯୋଡା: ଯୋଡା ବ୍ଲକ ଅନ୍ତର୍ଗତ ଭୂୟାଁ ରୋଇଡା ପଞ୍ଚାୟତର କୋହ୍ଲ ରୋଇଡା ଗ୍ରାମରେ ମହିଳା ମାନଙ୍କ ଦ୍ଵାରା ତେଜୁଛି ମଦ ମୁକ୍ତି ଆନ୍ଦୋଳନ। ଆଜି ଗ୍ରାମର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏକତ୍ରିତ ହୋଇ ମଦ ମୁକ୍ତି ଆନ୍ଦୋଳନ ନେଇ ଗ୍ରାମ ପରିକ୍ରମା କରିବା ସହିତ ବିଦେଶୀ ମଦ ଦୋକାନ ଏଠାରେ ବନ୍ଦ କରିବା ପାଇଁ ଦାବି କରିଥିଲେ । ମହିଳାମାନେ ଅଭିଯୋଗ କରିଥିଲେ ଯେ, ଏହି ମଦ ଦୋକାନ ନିକଟରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସମବାୟ ୟୁଥ କ୍ଲବ, ଉଚ୍ଚ ବିଦ୍ୟାଳୟ ଓ ଏକ ଛାତ୍ରୀନିବାସ ରହିଛି । ଏସବୁ ଦୃଷ୍ଟିରୁ ଏଠାରେ ମଦ ଦୋକାନ ଖୋଲିବା ଯୋଗୁଁ ଛାତ୍ରଛାତ୍ରୀ ଓ ଯୁବକମାନଙ୍କ ଉପରେ କୁପ୍ରଭାବ ପଡୁଛି । ଏଠାରେ ମଦ ଦୋକାନ ବନ୍ଦ କରିବା ପାଇଁ ୩ ମାସ ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମହିଳାମାନେ ସଂପୃକ୍ତ ବିଦେଶୀ ମଦ ଦୋକାନକୁ ଜଣାଇଥିଲେ। ୩ ମାସ ବିତି ଯାଇଥିଲେ ମଧ୍ୟ ଏଠାରୁ ମଦ ଦୋକାନ ବନ୍ଦ କରାଯାଇ ନଥିବାରୁ ମହିଳାମାନେ ପୁଣି ଏକାଠି ହୋଇ ମଦ ମୁକ୍ତି ଆନ୍ଦୋଳନ କରଛନ୍ତି। ସମଗ୍ର ଭୂୟାଁ ରୋଇଡା ପଞ୍ଚାୟତରେ ମଦମୁକ୍ତି ଆନ୍ଦୋଳନ ଜାରି ରହିବ ବୋଲି ଆଜି ମହିଳାମାନେ ସର୍ବସାଧାରଣରେ ଚେତାବନୀ ଦେଇଛନ୍ତି।
କୋହ୍ଲରୋଇଡ଼ାରେ ତେଜିଲା ମଦ ମୁକ୍ତି ଆନ୍ଦୋଳନ
/sambad/media/post_attachments/wp-content/uploads/2017/10/keo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)