ହାଟଡିହି : ଆଜି ଅପରାହ୍ଣରେ ବଜ୍ରପାତ ଯୋଗୁଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ର ଦୁଇଜଣ ଚାଷୀ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଡଅଁର ଗ୍ରାମର ନିରାକାର ମଲ୍ଲିକ (୪୦) ଓ ଚଷାଖଣ୍ଡର ନାରାୟଣ ବାରିକ (୨୧)। ପ୍ରାପ୍ତ ସୂଚନା ଅନୁଯାୟୀ, ଡଅଁର ଗ୍ରାମର ନିରାକାର ଅପରାହ୍ଣରେ ବିଲକୁ ସାର ପକାଇବାକୁ ଯାଇଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ। ପାଖ ବିଲରେ କାମ କରୁଥିବା କିଛି ଚାଷୀ ତାଙ୍କୁ ତୁରନ୍ତ ଶାଳଣିଆଁ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ନଥିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ନିରାକାରଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଚଷାଖଣ୍ଡ ଗ୍ରାମର ନାରାୟଣ ବାରିକ (୨୧) ବିଲରେ ତଳି ରୋଇବା ବେଳେ ବଜ୍ରପାତର ପ୍ରାଣ ହରାଇଛନ୍ତି। ସେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜିବାକୁ ଯାଇଥିଲେ। ବିଲରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଦୁଇ ଚାଷୀଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନିରାକାର ଶାଳଣିଆଁ ବଜାରରେ ଏକ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଏହାଛଡ଼ା ସେ ଡଅଁରରେ ତାରିଣୀ ମନ୍ଦିର ସ୍ଥାପନା କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ।
ହାଟଡିହି : ବଜ୍ରପାତରେ ଦୁଇ ଚାଷୀ ମୃତ
/sambad/media/post_attachments/wp-content/uploads/2020/06/Thunder.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)