ପୁରୀ : ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ବେକରୁ ସୁନା ଚେନ୍ କାଟି ନେବା ଅଭିଯୋଗରେ ସିଂହଦ୍ବାର ଥାନା ପୁଲିସ ଜଣେ ମହିଳାକୁ ଗିରଫ କରିଛି। ଏହି ମହିଳା ନିକଟରୁ ପୁଲିସ ତିନିଟି ସୁନା ଚେନ୍ ଓ ଗୋଟିଏ ମଙ୍ଗଳସୂତ୍ର ଜବତ କରିଛି।
/sambad/media/post_attachments/wp-content/uploads/2021/11/loot-srimandir.jpg)
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଥାନା ଅନ୍ତର୍ଗତ ଗାନ୍ଧୀ ନଗରର ତୃତୀୟ ଗଳିର ପି. ନଟବର(୬୧) ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ। ଏହି ସମୟରେ ତାଙ୍କ ବେକରୁ ଏକ ସୁନା ଚେନ୍କୁ ଜଣେ ମହିଳା କାଟି ନେଇ ପଳାଉଥିଲେ। ମାତ୍ର ଏହି ସମୟରେ ସେଠାରେ ଥିବା ସାଦା ପୋଷାକଧାରୀ ପୁଲିସ ଏହି ମହିଳାକୁ ଧରିପକାଇଥିଲେ। ତା ନିକଟରୁ ନଟବରଙ୍କ ସୁନା ଚେନ୍ ମଧ୍ୟ ଜବତ କରାଯିବା ସହିତ ଆଉ ଦୁଇଟି ସୁନା ଚେନ୍ ଓ ଗୋଟିଏ ମଙ୍ଗଳସୂତ୍ର ଜବତ କରାଯାଇଥିଲା। ଏଗୁଡ଼ିକ ମଧ୍ୟ ସେ ଶ୍ରୀମନ୍ଦିର ଭକ୍ତମାନଙ୍କଠାରୁ ଲୁଟିଥିବା ମହିଳାଜଣକ ସ୍ବୀକାର କରିଥିଲା। ତେଣୁ ନଟବରଙ୍କ ଅଭିଯୋଗକୁ ଭିତ୍ତି କରି ସିଂହଦ୍ବାର ଥାନା ପୁଲିସ ୧୦୩/୨୧ ନମ୍ବରରେ ଏକ ମାମଲା ରୁଜୁ କରି କଟକ ମାଲଗୋଦାମ ଥାନା ଅନ୍ତର୍ଗତ ଜୋବ୍ରାର ତଳସାହି ଆନିକଟ ଅଞ୍ଚଳରେ ରହୁଥିବା କେ. ମଲିକା(୫୦)କୁ ଗିରଫ କରି କୋର୍ଟଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/srimandir-bkm.jpg)